ଡିସେମ୍ବରରେ ବୌଦ୍ଧ ପୁସ୍ତକ ମେଳା.l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର କାର୍ଯ୍ୟାଳୟ ଠାରେ ଆଜି ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ବୌଦ୍ଧ ଠାରେ ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ପୁସ୍ତକ ମେଲାକୁ ସୁଚାରୁ ଭାବେ ଆୟୋଜନ ପାଇଁ ବିଭିନ୍ନ ସବ୍ କମିଟି ଗଠନ କରା ଯାଇଥିଲା l ପୂର୍ବରୁ ପୁସ୍ତକ ମେଳା 6 ଦିନ ଧରି ପ୍ରତିବର୍ଷ ହେଉଥିବା ବେଳେ ଚଳିତ ବର୍ଷ ସାତ ଦିନ ପାଇଁ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା | ପ୍ରାରମ୍ଭରେ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର ସମ୍ପାଦକ ଯୁଗଳ କିଶୋର ସାମଲ ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ l ଅନ୍ୟ ମାନଂକ ମଧ୍ୟରେ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ଚିତ୍ତ ରଞ୍ଜନ ସିଂ, ଦେବାନନ୍ଦ ସାହୁ, ସତ୍ୟ ଜିତ କୁମାର୍ ପଣ୍ଡା,ସତ୍ୟ ନାରାୟଣ ପାଣି, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଭାଗବତ ମେହେର, ବଂଶୀଧର ମାଝୀ, ସୁଧାଂଶୁ ଶେଖର ମିଶ୍ର, ବିଭୁଦତ୍ତ ଘୋଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق