BREAKING
Loading...
:

ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ପରିଚୟ ପର୍ବ ଅନୁଷ୍ଠିତ l

 ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ପରିଚୟ ପର୍ବ ଅନୁଷ୍ଠିତ l 





ସୁବର୍ଣ୍ଣପୁର( ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ ,ଧର୍ମଶାଳାର ସଭାକକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପିକା  ନମିତା ରଥ ,ପ୍ରାଧ୍ୟପକ ଡକ୍ଟର ପୁରୁଷୋତ୍ତମ ମିଶ୍ର , ପ୍ରାଧ୍ୟାପକ ଶ୍ରୀ ସୌମିତ୍ରି ପ୍ରଧାନ ,ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଯୋଗଦେଇ ସରକାରଂକ ଦ୍ବାରା ନିର୍ଦେଶିତ ନିୟମ କାନୁନ ଉପରେ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହିତ ଶ୍ରେଣିଗୃହ ଅଧ୍ୟୟନର ଫାଇଦା ନେବା ସହିତ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଉପଦେଶ ପ୍ରଦାନ କରିଥିଲେ ।ଅଧ୍ୟାପକମାନଙ୍କ ଉପସ୍ଥିତିରେ ମହାବିଦ୍ୟଳୟର ଅନୁଶାସନ ଓ ନିୟମ ପାଳନ କରି ଶୃଙ୍ଖଳାର ସହିତ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ ।ଏଇ ସଭାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ପରସ୍ପରର ପରିଚୟ ଓ ଭାବର ଆଦାନ ପ୍ରଦାନ ହୋଇଥିଲା।

ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଉଦ୍ଦୀପନା ଓ ଶିକ୍ଷା ଗ୍ରହଣ କରିବା ଇଚ୍ଛାଶକ୍ତି ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଆହୁରି ଉତ୍ସାହିତ କରିଥିଲା । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS