କିଶୋରୀ ମାନଙ୍କ ନେତୃତ୍ଵ ବିକାଶ କର୍ମଶାଳା ଓ ବାଲ୍ୟ ବିବାହ ମୁକ୍ତ ପାଇଁ ପ୍ରୟାସ
ଦଶପଲ୍ଲା (ମଣିଭଦ୍ରା ଖବର)ସେଣ୍ଟର ଫର କଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ସାଇ ଗେଷ୍ଟ ହାଉସ ଠାରେ 25 ଜଣ କିଶ୍ଵରୀ ବାଳିକା ଙ୍କୁ ନେଇ ତିନିଦିନିଆ ନେତୃତ୍ଵ ବିକାଶ କର୍ମଶଳା ଟି ସେପ୍ଟେମ୍ବର ୨୧ ରିଖ ଠାରୁ ୨୩ ରିଖ ପ୍ରଯ୍ୟନ୍ତ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ବର୍ଗରେ ଦଶପଲ୍ଲା ଅଞ୍ଚଳର ୨୦ ଟି ପଞ୍ଚାୟତ ରୁ ୨୨ ଜଣ କିଶ୍ବରି ବାଳିକା ଓ ୩ ଜଣ କିଶ୍ଵର ବାଳକ ଯୋଗ ଦେଇଥିଲେ। ବର୍ଗର ଉଦଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଆଚାର୍ଯ୍ୟ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ,ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଣତି ପଟ୍ଟନାୟକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିନା ସରିତା ଲରେସ ଙ୍କ ସମେତ ସ୍ଥାନୀୟ ଶିକ୍ଷକ ବରିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ଦାସ,ସ୍ଥାନୀୟ ସମାଜ ସେବୀ,ସନ୍ତୋଷ କୁମାର ପ୍ରଧାନ,ମାନସ କୁମାର ସାହୁ, ଯୋଗଦେଇ ପିଲାଙ୍କୁ ଜୀବନ ଚର୍ଯ୍ୟା,ନିଜର ସମାଜ ପ୍ରତି କର୍ତ୍ତବ୍ୟ, ସଚେତନତା ର ମାର୍ଗ,ଶିକ୍ଷା ର ମହତ୍ତ୍ଵ, ମାଆ ଓ ବାପା ଙ୍କ ଦାୟିତ୍ଵ,ବାଲ୍ୟ ବିବାହ ରୋକିବାରେ ନିଜର ଭୂମିକା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ବାର୍ତ୍ତା ପ୍ରଦାନ କରିଥିଲେ।ଏହି ବର୍ଗ ସମ୍ପୂର୍ଣ ତିନି ଦିନ ଧରି ଚାଲିଥିବା ବେଳେ ବର୍ଗରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଖେଳ ମାଧ୍ୟମରେ ମହାପୁରୁଷ ଙ୍କ ଜୀବନୀ, ଉଚ୍ଚ ନିଚ ଭେଦଭାବ,ଆଇନ ଶୃଙ୍ଖଳା,ସମ୍ମାନ ଦେବା,ଅନ୍ୟାୟ ର ପ୍ରଦିବଦ ଭଳି ଗୁରୁ୍ୱପୂର୍ଣ୍ଣ କଥା ଶିଖାଇଥିଲେ ।ଅଭିନୟ ରେ ପ୍ରତେକ କ୍ଷେତ୍ର ରେ କର୍ତ୍ତବ୍ୟ, ନେତୃତ୍ଵ,ପରୋପକାର, ସମସ୍ତ ଙ୍କୁ ଯୋଡି ରଖିବା ଭଳି ଅନେକ କଳା ଶିଖିବାର ସୁଯୋଗ ପାଇଥିଲେ। ପ୍ରତେକ ଦିନ ଯୋଗ କରି ନିଜେ ସୁସ୍ଥ ହେବା ସହିତ ନିଜ ଅଞ୍ଚଳ ରେ ଥିବା ଲୋକଙ୍କୁ ସୁସ୍ଥ ରହିବାର ଭୂମିକା ଗ୍ରହଣ କରିବାର ଆଶା ରଖିଥିଲେ।ଏହି କାର୍ଯ୍ୟକର୍ମ ଟିକୁ C3 ସଂସ୍ଥା ର ନୟାଗଡ ଜିଲ୍ଲା ସଂଯୋଜକ ଦାୟିତ୍ଵ ରେ ଥିବା ଶ୍ରୀଯୁକ୍ତ ସୁବ୍ରତ କୁମାର ବିଶୋଇ ଆୟାଜନ କରିଥିବା ବେଳେ।ପଞ୍ଚାୟତ ସଂଯୋଜକ ନିକି ପ୍ରଧାନ,କଳ୍ପନା ବାରିକ,ପ୍ରିୟଙ୍କା ବରାଡ, ସୁଭାଶିଷ ମିଶ୍ର, ସ୍ଵତିରେଖା ଦାସ, ଚିନୂମୟ ପ୍ରଧାନ ମିଳିତ ହୋଇ ପାଇଥିବା ଶିକ୍ଷା ସମସ୍ତ ପିଲାଙ୍କୁ ପ୍ରଦାନ କରିବା ସହିତ କାର୍ଯ୍ୟଟିକୁ ଦାୟିତ୍ଵ ସହକାରେ ସମ୍ପାଦନା କରିଥିଲେ। ଗ୍ରାମାଞ୍ଚଳ ରେ ବାଲ୍ୟବିବାହ ରୋକିବା ର ସଚେତନ କାର୍ଯ୍ୟ କ୍ରମରେ ସମସ୍ତ ଙ୍କୁ ଯୋଡି ବ୍ଲକଟିକୁ ସମ୍ପୂର୍ଣ୍ଣ ବାଲ୍ୟବିବାହମୁକ୍ତ ବ୍ଲକ୍ ରେ ପରିଣତ କରିବା ପାଇଁ ପ୍ରୟାସ ଜରି ରଖିବେ ବୋଲି ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق