BREAKING
Loading...
:

ନାବାଳିକା ଙ୍କ ଅଶ୍ମିଳ ଫଟୋ ଭାଇରାଲ କରି ଦୁଇ ଅଭିଯୁକ୍ତ ଗିରଫ

 

ନାବାଳିକା ଙ୍କ ଅଶ୍ମିଳ ଫଟୋ ଭାଇରାଲ କରି ଦୁଇ ଅଭିଯୁକ୍ତ ଗିରଫ



ବଲାଙ୍ଗିର/ସଇଁତଳା (ମଣିଭଦ୍ରା ଖବର) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର ଜୈନିକ ନାବାଳିକାର କିଛି ଅଶ୍ଳୀଳ ଫଟୋଚିତ୍ର କିଛି ଦିନ ହେବ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିଲା । ଏନେଇ ପରିବାର ଲୋକେ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଥାନାଧିକାରୀ ଅବୀନ ସାହୁ ତଦାରଖ କରୁଥିଲେ । ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ଗୁରୁତର ସହିତ ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ସଂଶ୍ଳିଷ୍ଟ ଥିବା ନେଇ ଶିଷକେଲା ଗାଁର ଅମ୍ବିକା ବେହେରା ଓ ବିପିନ ବେହେରା ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ପୁଲିସ ଜାଣିବା ପରେ ଦୁହିଁଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିଥିଲା । ଫଟୋ ଭାଇରାଲ କରିବାରେ ଦୁହେଁ ସମ୍ପୃକ୍ତ ଥିବାରୁ ଦୁହିଁଙ୍କୁ ବଲାଙ୍ଗୀର କୋର୍ଟ ଚାଲାଣ କରା ଯାଇଛି । ଘଟଣା ରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି ।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

Previous Post Next Post
Header ADS