BREAKING
Loading...
:

ଦଶପଲ୍ଲା ମାଟିର ଗୈରବ , ଶୃତି ଶୁଲଗ୍ନା

 ଦଶପଲ୍ଲା ମାଟିର ଗୈରବ , ଶୃତି ଶୁଲଗ୍ନା



ଦଶପଲ୍ଲା   (ମଣିଭଦ୍ରା ଖବର)ତୁଳସୀ ଦୁଇପତ୍ରରୁ ବାସେ । ଏ କଥା ଆଜି ପ୍ରମାଣିତ ହୋଇସାରିଛି । ଦଶପଲ୍ଲା ମାଟି ମେଧାବୀ ଛାତ୍ରୀ ,କୁନି ଅଭିନେତ୍ରୀ , ତଥା କୁନି ସଙ୍ଗୀତ ସାଧିକା ଶୃତି ଶୁଲଗ୍ନା , ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରି ସମ୍ମାନିତ ହୋଇଥିବାବେଳେ , ଆଜି ଦଶପଲ୍ଲା ମାଟିକୁ ପୁଣି ଥରେ ଗୈରବ ମଣ୍ଡିତ କରିଛନ୍ତି  । ଏକକ ସଙ୍ଗୀତ ରେ  ୧୩ ବର୍ଷ ବୟସ୍କା, ଶୃତି ସୁଲଗ୍ନା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ,ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ତଥା ମହାନ ଜନନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କଂ ହସ୍ତରୁ  ସମ୍ମାନୀତ ହେବା ସହ ଟ୍ରଫି ଗ୍ରହଣ କରିଛନ୍ତି । ଯାହାକି ସମଗ୍ର ଦଶପଲ୍ଲା ରେ ଚର୍ଚା ର ବିଷୟ ପାଲଟିଛି । ଏଥିପାଇଁ ଶ୍ରୁତି ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି । ଏ ନେଇ ଶୃତି ଶୁଲଗ୍ନା ବେଶ୍ ଖୁସିଥିବା ଦେଖିବାକୁ ମିଳିଛି ।ଶୃତି ଶୁଲଗ୍ନା, ଦଶପଲ୍ଲା ର ବିଶିଷ୍ଠ ସଂଗୀତକାର କୁରେସ କୁମାର ସାହୁ ଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି । 



ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋର୍ଟ ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS