ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଉଦଘାଟିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା, ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ, ସିଆରସିସି ପ୍ରଶାନ୍ତ ପାଣିଗ୍ରାହୀ, ଶିକ୍ଷା ବିଭାଗ କର୍ମଚାରୀ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ୩ୟ ଶ୍ରେଣୀରୁ ୯ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୨୦୨୦ ଓ ୨୦୨୧ ମସିହାରେ କରୋନା ଯୋଗୁଁ ଶିକ୍ଷଣ ବାଧାପ୍ରାପ୍ତ ହୋଇଥିଲା। ତାହାର ଭରଣା ପାଇଁ ୫୦ ଦିନିଆ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବ୍ଳକର ୨୧୫ ଜଣ ଶିକ୍ଷକଙ୍କୁ ଦୁଇଦିନିଆ ତାଲିମ ପ୍ରଦାନ କରିବାକୁ ୧୨ ଜଣ ସାଧନ କର୍ମୀ ପରିଚାଳନା କରୁଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق