BREAKING
Loading...
:

ଗାତେରୀ ପଞ୍ଚାୟତ ରେ ବିଜୁ ଜନତା ଦଳର ବନ୍ଧୁ ମିଳନ ଉତ୍ସବ

 ଗାତେରୀ ପଞ୍ଚାୟତ ରେ ବିଜୁ ଜନତା ଦଳର ବନ୍ଧୁ ମିଳନ ଉତ୍ସବ




ନୂଆଗାଁ (ମଣିଭଦ୍ରା ଖବର)ଦଶପଲ୍ଲା ବିଧାୟକ ଙ୍କ ଆହ୍ବାନ କ୍ରମେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ବିଜୁ ଜନତା ଦଳର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗାତେରୀ ପଞ୍ଚାୟତ ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ,ଶାନ୍ତି କମିଟି ସଭାପତି ପ୍ରଫୁଲ୍ଲ ରାଉତ ,ଯୁବ ସମାଜ ସେବୀ ବିରଞ୍ଚି ସାହୁ ଏବଂ ୟୁଥ୍ ମାସ କ୍ଳବ୍ ର ସଦସ୍ୟ ମାନଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବ ରେ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଜିଲ୍ଲା  ବିଜେଡ଼ି ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ,  ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ଗାତେରୀ ସରପଞ୍ଚ ଓ ସମିତି ସଭ୍ୟା ଙ୍କ ପ୍ରତିନିଧି , ପାରା ଢିପି ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ତୃଣମୂଳ ସଂଗଠନ କୁ ସୁଦୃଢ କରିବା ସହ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ହାତ ମୁଠାକୁ ଅଧିକ ଟାଣ କରିବା ପାଇଁ ସଂକଳ୍ପ କରିଥିଲେ।ଏହି ବନ୍ଧୁ ମିଳନ ଉତ୍ସବ ରେ ଗାତେରୀ ପଞ୍ଚାୟତ  ବିଜୁ ଜନତା ଦଳର ଶହ ଶହ କର୍ମୀ ଉପସ୍ଥିତ ଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS