ଆଧ୍ୟାତ୍ମିକ ସ୍ଥାନ ଚାରିଶମ୍ଭୁ ପୀଠ ରୁ ମୃତ୍ତିକା ଓ ଜଳ ସଂଗ୍ରହ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜାଦି କା ଅମୃତ ମହୋତ୍ସବ 75 ବର୍ଷ ପୂର୍ତ୍ତି ଏବଂ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଅଦ୍ୟ ତା 30.09.2022 ଶୁକ୍ରବାର ଦିନ ସକାଳ 8 ଘଟିକା ସମୟରେ ଐତିହାସିକ ତଥା ଆଧ୍ୟାତ୍ମିକ ସ୍ଥାନ ଗନ୍ଧରାଡି ( ଚାରିଶମ୍ଭୁ ) ପୀଠରୁ ମୃର୍ତ୍ତିକା ଓ ଜଳ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଉପାଧ୍ୟକ୍ଷା ବୌଦ୍ଧ ବ୍ଲକ ପାନେଶ୍ୱରୀ ଦେହୁରୀ, ସମିତି ସଭ୍ୟ ଲଷ୍ମୀପ୍ରସାଦ ପିଣ୍ଟୁ ମିର୍ଧା, ସମିତି ସଭ୍ୟ ତେଲିବନ୍ଦ ସୁନୀଲ ସେଠି, ସରପଞ୍ଚ ଲକ୍ଷ୍ମୀପ୍ରଶାଦ ଜିପି ଭାରତୀ ପୁରୋହିତ, ପୂର୍ବତନ ଭାଇସ ଚେୟାରମେନ ମନୋରଞ୍ଜନ ପୁରୋହିତ, ସ୍ୱୟଂ ସହାୟକ ଗୋଷ୍ଟିର ସଭ୍ୟାବୃନ୍ଦ, କଲାକାରବୃନ୍ଦ, ସାମ୍ବାଦିକବୃନ୍ଦ, ପୂଜକ ଶ୍ରୀ ସୁଶୀଲ କୁମାର ପାଣିଗ୍ରାହି, ଯୋଗାଣ ସହାୟକ ଚିତ୍ତରଞ୍ଜନ ସାହୁ, କାର୍ଯ୍ୟନିବାହୀ ଅଧିକାରୀ ଲକ୍ଷ୍ମୀପ୍ରଶାଦ ପଙ୍କଜିନୀ ତାଣ୍ଡି,ଅଙ୍ଗନୱାଡି କର୍ମୀ, ଲକ୍ଷ୍ମୀପ୍ରଶାଦ ଜିପି ର ସି. ଆର. ପି. ସଭ୍ୟାବୃନ୍ଦ, ଜନସାଧାରଣ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାରେ ଯୋଗ ଦେଇ ଏହି ପବିତ୍ର ପୀଠକୁ ପରିକ୍ରମା କରିଥିଲେ l ଶ୍ରୀ ଗୁଣ୍ଡିଚା କୀର୍ତ୍ତନ୍ୟ ମଣ୍ଡଳୀ, ଜଗତି, କୃଷ୍ଣଗୁରୁ କୀର୍ତ୍ତନ୍ୟ ମଣ୍ଡଳୀ ଓ ନମଗୁରୁଦଳ ଲକ୍ଷ୍ମୀପ୍ରଶାଦ ବାଦ୍ୟ, ଘଣ୍ଟ ବଜାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l
ବିଡ଼ିଓ ବୌଦ୍ଧ ବ୍ଲକ ଶ୍ରୀ ଅବିନାଶ ପାଣ୍ଡିଆ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କୁ ଏହି ପବିତ୍ର ପୀଠ ର ମାଟି ଓ ପାଣି ହସ୍ତାନ୍ତର କରିଥିଲେ l ଏହି ଅବସରରେ ଗନ୍ଧରାଡି ମନ୍ଦିର ପାଖରେ ଏକ ସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ମଂଚାସୀନ ସମସ୍ତ ଅତିଥି ବୃନ୍ଦ ଏହି କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ବି. ଡି. ଓ ଅବିନାଶ ପାଣ୍ଡିଆ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ବ୍ଲକ ର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ବୌଦ୍ଧ ର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନୀ, ଅକ୍ଷୟ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ lଏହି ସମସ୍ତ କାର୍ଯ୍ୟକ୍ରମକୁ ଡି. ଆଇ. ପି. ଆର. ଓ. ସୁଶ୍ରୀ ସିଂହ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପବିତ୍ର ପୀଠର ମାଟି ଓ ପାଣି ସ୍ୱତନ୍ତ୍ର ଯାନଯୋଗେ ଭୁବନେଶ୍ୱରକୁ ଅକ୍ଟୋବର 2 (ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ) ଅବସରରେ ବୃକ୍ଷରୋପଣ ପାଇଁ ପଠା ଯାଇଥିଲା l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق