ଗଣେଶ ପୂଜା କମିଟି ତରଫ ରୁ ରକ୍ତ ଦାନ ଶିବିର ଆୟୋଜିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ତେଲିପାଲି ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସମାଜ ସେବୀ ରାଜ କିଶୋର ପାଣିଗ୍ରାହୀ ଫିତା କାଟି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସନ୍ତୋଷ ଘିବିଲା ଯୋଗ ଦେଇଥିବା ବେଳେ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ରକ୍ତ ଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।3 ଜଣ ମହିଳା ରକ୍ତ ଦାତା ଙ୍କ ସହିତ ସମୁଦାୟ 41 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା , ରଘୁନାଥ ନାଟ୍ୟ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ତଥା ତେଲି ପାଲି ଗଣେଶ ପୂଜା କମିଟି ତରଫରୁ ପ୍ରଥମ ଥର ଏ ରକ୍ତ ଦାନ ରେ ବହୁତ୍ ନୂତନ ରକ୍ତ ଦାତା ରକ୍ତ ଦାନ ଶିବିର ରେ ଯୋଗ ଦେଇଥିଲେ l ସୁବର୍ଣ୍ଣପୁର ରକ୍ତ କେନ୍ଦ୍ର ର ଜଗତ ଦରୁଆଁ, ସୁବାସ ପଣ୍ଡା, ୟୁଦିଷ୍ଟିର ନାୟକ , ଆୟୁଷ ଡାକ୍ତର ବିଶ୍ଵନାଥ ରଥ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق