ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ମିଳିତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଲସାଗୋରା ରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ମଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ କମିଟିର ସମ୍ପାଦକ ଶ୍ରୀ ଉଦ୍ଧବ ମହାଳିକ ପୂର୍ବ ବୈଠକ ର ବିବରଣୀ ପାଠ କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ଆସନ୍ତା ମାସ ଡିସେମ୍ବର ୧0 ଓ ୧୧ତାରିଖରେ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତି ନିଆଗଲା। କୋଷାଧ୍ୟକ୍ଷ ନୀଳମଣି ପଧାନ ଙ୍କ ନାମରେ ଏକ ଏକାଉଣ୍ଟ୍ ଖୋଲିବା ପାଇଁ ନିଷ୍ପତି ନିଆଗଲା। ଅର୍ଥ କମିଟିରେ ସଭ୍ୟ ସଂଖ୍ୟା ବୃଦ୍ଧିକରି ନୂତନ ଭାବେ ନିରଞ୍ଜନ ବାରିକ ଓ ମୁନା ସାହୁ ଙ୍କୁ ଚୟନ କରାଗଲା । ସ୍ମରଣିକା କମିଟି ରେ ଥିବା ଦିଲିପ ମହାନ୍ତି , ଅଜିତ ଗିରି ଓ ଲକ୍ଷ୍ମଣ ମହାପାତ୍ର ଙ୍କୁ ଚୟନ କରାଗଲା ବରିଷ୍ଠ ଶ୍ର ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରହରାଜ ଅର୍ଥ ର କୌଣସି ଅଭାବ ରହିବ ନାହିଁ ବୋଲି ଆଶ୍ଵାସନା ଦେଇଥିଲେ । ଶେଷରେ ଶ୍ରୀ ଜୟନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ,ଉଗ୍ରସେନ କର୍ମୀ
إرسال تعليق