BREAKING
Loading...
:

ବୌଦ୍ଧ ସଦର ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ରୁ ୫ ହେକ୍ଟର ଏରିଆ ରେ ହେଇଥିବା ଗଞ୍ଜେଇ ଚାଷ ସହ ଗଞ୍ଜେଇ ଚାରା ନଷ୍ଟ କଲା ବନବିଭାଗ

 ବୌଦ୍ଧ ସଦର ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ରୁ ୫ ହେକ୍ଟର ଏରିଆ ରେ ହେଇଥିବା ଗଞ୍ଜେଇ ଚାଷ ସହ ଗଞ୍ଜେଇ ଚାରା ନଷ୍ଟ କଲା ବନବିଭାଗ l





ବୌଦ୍ଧ   (ମଣିଭଦ୍ରା ଖବର)ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ଙ୍କ ନିର୍ଦେଶ ଅନୁସାରେ ଆଜି ବୌଦ୍ଧ ରେଞ୍ଜର ସମସ୍ତ କର୍ମଚାରି ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ୫ ହେକ୍ଟର ଏରିଆ ରେ ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି l ଏହାସହିତ ଗଞ୍ଜେଇ ଚାଷ ପାଇଁ ଜଗାଯାଇଥିବା ଚାରା ଗୁଡିକ ମଧ୍ୟ ନଷ୍ଟ କରାଯାଇଛି l ଏହି ଅବସରରେ ବୌଦ୍ଧ ରେଞ୍ଜର ଫରେଷ୍ଟର ସ୍ୱାଧୀନ ସାମଲ ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ରେ ଚଢ଼ାଉ କରି ବ୍ୟାପକ ସଫଳତା ପାଇଥିବା ଦେଖିବାକୁ ମିଳିଛି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ ମଣିଭଦ୍ରା ଖବର l

Post a Comment

أحدث أقدم
Header ADS