ଶିକ୍ଷକ ଓ ଅଭିଭାବକ ସଚେତନତା ଶିବିର ଅନୁଷ୍ଠିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରିପୁର କ୍ଲଷ୍ଟର ରେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଚେତନତା ଶିବିର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଏବଂ ଅତିଥି ଭାବେ ସଂପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଯୋଗ ଦେଇଥିଲେ।ବି ଆର୍ ପି ବିସ୍ମିତା ଗଡପଲା ,ଇତିଶ୍ରୀ ତ୍ରିପାଠୀ,ବିଷ୍ଣୁପ୍ରିୟା ଦାସ ତାଲିମ ପ୍ରଦାନ କରିଥିଲେ।ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଅଭଭାବକ ମୋଟ ୫୦ ଜଣ ତାଲିମ ଗ୍ରହଣ କରିଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment