BREAKING
Loading...
:

ଗାଁ ଗାଁ ବୁଲି ସମର୍ଥନ ସାଉଣ୍ଟୁଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ

 ଗାଁ ଗାଁ ବୁଲି ସମର୍ଥନ ସାଉଣ୍ଟୁଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ





ଦଶପଲ୍ଲା (ମଣିଭଦ୍ରା ଖବର) ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ତାଲିକା ଧିରେ ଧିରେ ଲମ୍ବିବାରେ ଲାଗିଛି । ବିଭିନ୍ନ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ଏବେ ଗାଁ ମୁହାଁ ହେଲେଣି । ଗାଁ ଗାଁ ବୁଲି ଭୋଟରମାନଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରି ସାରିଲେଣି ।  ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକର ବିଭିନ୍ନ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟୁଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ ଇନ୍ଦୁମତି ନାୟକ । ୩ଟି ବ୍ଳକର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ସେ ଲୋକମାନଙ୍କୁ ଭେଟୁଛନ୍ତି । ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଶ୍ରୀମତି ନାୟକ ପୂର୍ବରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି । ତେବେ ଚଳିତ ଥର ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୈାଣସି ଦଳର ସମର୍ଥନ ଗ୍ରହଣ କରିନଥିଲେ ମଧ୍ୟ ଆଗାମୀ ଦିନରେ ସେ କେଉଁ ଦଳରୁ ଟିକେଟ ପାଉଛନ୍ତି ନା ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS