ମହୁମାଛି ଆକ୍ରମଣରେ 4 ଆହତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକ ରୁ ଚରଦା ଯିବା ରାସ୍ତାର ଚରଦା ଚୌକିଜୋର ରେ ମହୁମାଛି ଆକ୍ରମଣ ରେ 4 ଜଣ ଆହତ ହୋଇଥିବା ଜଣାପଡିଛି l ଆହତ ମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ,ବାସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା, ଏବଂ ଚରଦା ର ମହେନ୍ଦ୍ର ଥନାପତି ବୋଲି ଜଣା ପଡିଛି l ସୂଚନା ଅନୁସାରେ ଚରଦା ବ୍ରିଜ ର ଏକ ଗଛରେ ମହୁମାଛି ବସାବାନ୍ଧି ରହୁଥିଲେ l ହଠାତ ଆଜି ବସା ଭୁସୁଡ଼ି ପଡିବାରୁ ହଜାର ହଜାର ମହୁମାଛି ରାସ୍ତା ଉପରକୁ ଉଡିଆସି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଶଙ୍କରା ଗ୍ରାମର ରମେଶ ବାଘ ଗୁରୁତର ଭାବେ ଆକ୍ରାନ୍ତ ହୋଇଛନ୍ତି l ସେ ବିନିକା ଡାକ୍ତରଖାନା ରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧିନ ଥିବା ବେଳେ ଅନ୍ୟ ଆହତ ମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment