BREAKING
Loading...
:

ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସହରରେ ତ୍ରିରଙ୍ଗା ଅଭିଯାନ ଓ ବାଇକ ରାଲି ଅନୁଷ୍ଠିତ l

 

ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସହରରେ ତ୍ରିରଙ୍ଗା ଅଭିଯାନ ଓ ବାଇକ ରାଲି ଅନୁଷ୍ଠିତ l



ବୌଦ୍ଧ ଜିଲ୍ଲା ବି. ଜେ. ପି ଯୁବମୋର୍ଚ୍ଚା ପକ୍ଷରୁ ସହରରେ ତ୍ରିରଙ୍ଗା ପତାକା ଅଭିଯାନ ଓ ବାଇକ ରାଲି l ଅଜାଧିକl ଅମୃତ ମହୋତ୍ସବ ଅବସରରେ ଓ ସ୍ୱାଧୀନତା ର ୭୫ ତମ ବର୍ଷ ପୃତି ଅବସରରେ ମନରେ ଦେଶ ଭକ୍ତି ଜାଗ୍ରତ କରିବା ଉଧେଶ୍ୟ ରେ ଆଜି ବୌଦ୍ଧ ଜିଲ୍ଲା ବି. ଜେ. ପି ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ପତାକା ଅଭିଯାନ ଓ ବାଇକ ରାଲି ବୌଦ୍ଧ ସହରରେ ଅନୁଷ୍ଠିତ ହୋଇଯାଇଛି l ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ ପ୍ରଧାନ ଙ୍କ ନେତୃତ୍ୱରେ ଆଜି ବ୍ରିଜ ଛକରୁ ଜାତୀୟ ପତାକା ସାଙ୍ଗରେ ବାଇକ ଧରି ତ୍ରିରଙ୍ଗା ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ସହର ପରିକ୍ରମା କରିଥିବା ବେଳେ ବି. ଜେ. ପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମପ୍ରକାଶ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନାରାୟଣ କର୍ମୀ, ଅରୂପା ଦୀପ, ଦାମ ମିଶ୍ର, ସୁନୀଲ କ୍ଷେତ୍ତି, ପଙ୍କଜ ବାରିକ, ଆଶୁତୋଷ ପ୍ରଧାନ ପ୍ରମୁଖ ଓ ବହୁ ବି.ଜେ.ପି ଯୁବମୋର୍ଚ୍ଚା ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l ଏହାପରେ ଚଳିତ ମାସର ତା 13ରିଖ. ଠାରୁ ତା.15ରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଘରେ ତ୍ରିରଙ୍ଗା ପତାକା ଉଡାଇବା ସହ ଭାରତ ମଁl ର ସେବାରେ ନିଜକୁ ଉତ୍ସାର୍ଗିକୃତ କରିବାକୁ ଶପଥ ଗ୍ରହଣ କରିଥିଲେ ଏବଂ ଏଥିରେ ବରିଷ୍ଠ ବି. ଜେ.ପି ଜିଲ୍ଲା ସଭାପତି ବିଶ୍ଵଚରଣ ମହାନ୍ତି, ସୂର୍ଯ୍ୟନାରାୟ ମହାପାତ୍ର, ମାଗୁଣି ଗାଈଗୋଉରିଆ ମନରଞ୍ଜନ ଦାସ ପ୍ରମୁଖ ବହୁ ପ୍ରମୁଖ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ l 


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର l

Post a Comment

أحدث أقدم
Header ADS