ବୌଦ୍ଧ ଜିଲ୍ଲାର ଏ.ଏନ.ଏମ ତାଲିମ କେନ୍ଦ୍ରରେ କୃମି ନାଶକ ଦିବସ ପାଳିତ l
ବୌଦ୍ଧ (ମଣିଭଦ୍ରା ଖବର)ସହରସ୍ଥିତ ଏ.ଏନ.ଏମ ତାଲିମ କେନ୍ଦ୍ରରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥିଭାବେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡା. କିଶ୍ବରଚନ୍ଦ୍ର ପଟନାୟକ ସୂଚନା ଦେଇଥିଲେ ଯେ କୃମି ସଂକ୍ରମଣ ଯୋଗୁ ରକ୍ତହୀନତା, ଅପବୃଷ୍ଟି, ଭୋକ ନହେବା ପେଟ କାଟିବାଭଳି ଅସୁସ୍ଥତା ଅନୁଭବ କରିଥାନ୍ତି l ଏ ସବୁ ସମସ୍ୟାକୁ ଦୂର କରିବା ପାଇଁ ଚଳିତ ମାସରେ ଜିଲ୍ଲାର 425ଗୋଟି ଅଙ୍ଗୱାଡି କେନ୍ଦ୍ର 929ଟି ସରକାରୀ ଓ ବେସରକାରୀ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ତଥା ସ୍କୁଲ ଯାଉନଥିବା ପିଲାମାନଙ୍କୁ ମଧ୍ୟ୍ୟ ଚି଼ହ୍ନଟ କରାଯାଇ କୃମି ନାଶକ ଔଷଧ ଦିଆଯିବ l ଏହିପରି ଭାବେ ଜିଲ୍ଲାର ଏକ ବର୍ଷରୁ ପାଞ୍ଚ ବର୍ଷର ପିଲାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଶିରୋପ ଦିଆଯିବାକୁ ଥିବାବେଳେ ଛଅ ରୁ 19ବର୍ଷ ପିଲାଙ୍କୁ ବଟିକା ଦିଆଯିବ l କୌଣସି ଛାତ୍ର ଛାତ୍ରୀ ଅଗଷ୍ଟ 13 ତାରିଖ କୃମି ନାଶକ ଔଷଧ ନେବାରୁ ବଞ୍ଚିତ ହୁଅନ୍ତି ତେବେ ଅଗଷ୍ଟ 19ତାରିଖ ରେ ପୁନର୍ବାର ଔଷଧ ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି l ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକରେ ମେଲେରିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଦମନ ସ୍ବେଛାସେବୀ ଜରିଆରେ ଔଷଧ ବଣ୍ଟନ କରାଯିବାର ସୂଚନା ଦେଇଥିଲେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦେଶାଳୟ ସୂଚନା ଓ ଜଗାଯୋଗ ପରାମର୍ଶଦାତା ପୂଜଫୁଲ ପଟନାୟକ, ଡିପିଏମ ରୁପକ କୁମାର ପଟନାୟକ, ଡା. ସ୍ୱତୀ କୁମାରୀ, ଏ. ଏନ.ଏମ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧକ୍ଷା ସୁରଭି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ପ୍ରଯୋଜନା ଓ ଶିଶୁ ସ୍ୱାସ୍ଥ୍ୟ ପରିବାର ପରିଚାଳନା ଗିରିଜାପ୍ରସାଦ ମିଶ୍ର ଓ ସୁନୀଲ କୁମାର ନାୟକ ପରିଚାଳନା କରିଥିଲେ l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment