BREAKING
Loading...
:

ସୁବର୍ଣ୍ଣପୁର ରେ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ l

 ସୁବର୍ଣ୍ଣପୁର ରେ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ l 



 ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ପଶ୍ଚିମ ଓଡିଶା ବାସୀଙ୍କ ବ୍ୟବହାରିକ କୋଶଲି ଭାଷା ହେଉଛି ପୃଥିବୀର ଶ୍ରେଷ୍ଠ ଭାଷା ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଆଜି କବି ସତ୍ୟନାରାୟଣ ବହିଦାର ଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ସ୍ୱଷ୍ଟ ମତ ଦେଇଥିଲେ l ପୌରାଣିକ, ଐତିହାସିକ ତଥା ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିରୁ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓ ଭାରତର ମାନ୍ୟବର ରାଷ୍ଟ୍ରପତି ଏହି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ଏହାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ବାଧ୍ୟ ବୋଲି ବକ୍ତା ମାନେ ଯୁକ୍ତି ବାଢିଥିଲେ l ଅପରପକ୍ଷରେ ଏହି ଭାଷାର ଉକ୍ତର୍ଷ ସକାଶେ ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଙ୍କୁ ପଦ୍ମ ସମ୍ମାନ ପ୍ରଦାନ ଉପରୋକ୍ତ ଯୁକ୍ତିକୁ ଦୃଢ଼ୀଭୂତ କରୁଛି ବୋଲି ସେମାନେ କହିଥିଲେ l ଏହି ଉପଲକ୍ଷେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ସଭା ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଯହିଁରେ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ପ୍ରଫେସର ଡା. ସନ୍ତୋଷ ପାଢ଼ୀ, ପ୍ରଫେସର ଡା. ଜ୍ୟୋତିରଞ୍ଜନ ବହିଦାର, ପ୍ରଫେସର ଶମ୍ଭୁଭୂଷଣ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଏବଂ ପ୍ରଫେସର ମୀନା ମହାରଣା, କବି ଆର୍ତ୍ତତ୍ରାଣ ବାବୁ, ପୁଷ୍ପା ମେହେର, ଦିଲ୍ଲୀପ କୁମାର ରଥ, ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ସତ୍ୟନାରାୟଣ ବହିଦାର ଙ୍କ ନାତୁଣୀ ସୁଶ୍ରୀ ଗୀତା ବହିଦାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ କଳ୍ପନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS