BREAKING
Loading...
:

ବନ୍ୟା ଯୋଗୁଁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ମତ୍ସ୍ୟଜୀବୀଙ୍କ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ

 ବନ୍ୟା ଯୋଗୁଁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ମତ୍ସ୍ୟଜୀବୀଙ୍କ  ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ମତ୍ସ୍ୟଜିବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  ।ଗତ ଅଗଷ୍ଟ ୧୪ ତାରିଖରେ ମହାନଦୀର ବଢିପାଣିରେ ମସ୍ୟଜିବୀମାନଙ୍କ ହୁଲି ଡଂଗା ଓ ଜାଲ ପ୍ରଖର ସ୍ରୋତରେ ତଳକୁ ଭସେଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି  ।ତେବେ ମତ୍ସ୍ୟଜିବୀମାନଙ୍କ ପାଖରେ ଏବେ ଜାଲ ଓ ଡଂଗା ନ  ଥିବାରୁ ହାତ ଉପରେ ହାତ ଦେଇ ବସିଛନ୍ତି  ।ଜିଲ୍ଲାର ନିମ୍ନା ଓ ଦଶରାଜପୁର ଗାଁର ମତ୍ସ୍ୟଜିବୀମାନେ ମହାନଦୀରୁ ମାଛ ମାରି ନିଜ ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି  ।ନଦୀ କୂଳିଆ ଗାଁ ହୋଇଥିବାରୁ ପ୍ରତିଦିନ ମତ୍ସ୍ୟଜିବୀମାନେ ମହାନଦୀ ଗର୍ଭକୁ ଯାଇ ମାଛ ମାରିଥାନ୍ତି  ।ତେବେ ଗତ ମହାନଦୀର ବଢି ପାଣିରେ ମତ୍ସ୍ୟଜିବୀମାନଙ୍କ ଜାଲ ଓ ଡଂଗା ତଳକୁ ଭସେଇ ନେଇଥିବାରୁ  ସେ ସଂପର୍କରେ ସେମାନେ ବାରମ୍ବାର କାର୍ଯ୍ୟାଳୟ କୁ ଆସି କ୍ଷୟକ୍ଷତି ର ଆକଳନକରି କିଛି ସହାୟତା ପାଇଁ ବାରମ୍ବାର ଗୁହାରୀ କରିଥିଲେ ହେଁ ସେମାନଙ୍କୁ ଅଣଦେଖା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।ଜାଲ ଓ ଡଂଗା ପାଇଁ ଆର୍ଥିକ ସହାୟତା ନହେଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଥିବା ଯୋଗୁଁ ତାଙ୍କୁ ସହଯୋଗ ନିହାତି ଆବଶ୍ୟକଥିବା ଏକ ପ୍ରେସ ବିବୃତ୍ତିରେ ଆଭିଯୋଗ କରିଛନ୍ତି ଯୁବନେତା ବଳଦେବ ପ୍ରସାଦ ବେଦବାକ ।ଅପରପକ୍ଷରେ ରାଜସ୍ବ ବିଭାଗ ସହିତ ମିଳିତ ଭାବେ ମତ୍ସ୍ୟଜିବୀଙ୍କ କ୍ଷୟକ୍ଷତିର ଆକଳନ କରାଯିବା ସହିତ ମସ୍ୟଜିବୀମାନେ ବ୍ୟବହାର କରୁଥିବା ଜାଲ ,ଡଂଗା ତଥା ମାଛ ଧରିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଉପକରଣର କ୍ରୟ  ରସିଦ ଦେଖିବା ପରେ ଆବଶ୍ୟକ କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ ବୋଲି ମସ୍ୟ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି  । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS