ଅବ୍ୟବସ୍ଥା ଘେରରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର,
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସରକାର ଜନସାଧାରଣ ମାନଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ଗୁଡିକ ପ୍ରଣୟନ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ହେଉ କିମ୍ବା ଆନ୍ତରିକତାର ଅଭାବରେ ଗରିବ ନିରୀହ ଲୋକ ମାନେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଏପରି ଏକ ସମସ୍ୟା ଦେଖାଦେଇଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କେବେ ବି ସୁଧୁରିବାର ନାଁ ଧରୁନି ।ମିଳିଥିବା ସୂଚନା ଅନୁସାରେ, ପଲସାଗୋରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ସଞ୍ଜୟ କୁମାର ଦଳେଇ ମନ ଇଚ୍ଛା ରୋଗୀଙ୍କୁ ଦେଖିବା,ମନଇଚ୍ଛା ଡାକ୍ତରଖାନା ଖୋଲିବା ଅର୍ଥାତ୍ ସକାଳ ୭ଘଣ୍ଟାରେ ଖୋଲୁଥିବା ବେଳେ ଡ଼ାକ୍ତର ସଞ୍ଜୟ ଦଳେଇ ଦିନ ୧୦ଘଣ୍ଟା ସମୟରେ ଡାକ୍ତରଖାନାକୁ ଆସି ୧୨ଟା ସମୟରେ ବନ୍ଦ କରିଦିଅନ୍ତି ।ତାପରେ ଅପରାହ୍ନ ୪ଘଣ୍ଟା ସମୟରେ ଖୋଲି ୫ଟା ସମୟରେ ବନ୍ଦ କରିଦିଅନ୍ତି ।ରୋଗୀମାନଙ୍କୁ କୌଣସି ଔଷଧ ମାଗଣାରେ ନ ଦେବା ନେଇ ପଲସାଗୋରା ର ପ୍ରଦୀପ ସାହୁ ଜଣେ ସୁଗର ରୋଗୀ ହୋଇଥିବାରୁ ସେ ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯଦି କୌଣସି କଥା ପଚାରନ୍ତି ରାଗରେ ଜର୍ଜରିତ ହେବା ଏସବୁ କାରଣକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ପ୍ରକାଶ ଥାଉକି , ପଲସାଗୋରା ର ଆଖ ପାଖ ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ କ୍ୱାକ୍ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଚିକିତ୍ସା ପାଇଁ ଆସି ଡ଼ାକ୍ତର ଙ୍କୁ ନ ଦେଖି ନିରାଶ ହୋଇ କ୍ୱାକ ମାନଙ୍କ ନିକଟରେ ଚିକିତ୍ସିତ ହେବା ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ତାଙ୍କ ପାଖରେ ନାହିଁ । ଏପରିକି କେତେବେଳେ ପରୀକ୍ଷା ପାଇଁ କିଟ୍ ନାହିଁ ତ ଆଉ କେତେବେଳେ ଔଷଧ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ବିଭିନ୍ନ ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ରୋଗ ହେଲେ ଯଥା ଜ୍ଜର,ଝାଡା,ବାନ୍ତି ଇତ୍ୟାଦି ରୋଗ ହେଲେ କ୍ୱାକ ଭରସାରେ ସେମାନେ ଘରେ ଥାଇ ଚିକିତ୍ସିତ ହୋଇଥାନ୍ତି । ଯା ଫଳରେ ମୃତ୍ୟୁ ମୁଖରେ ମଧ୍ୟ ପଡିବାର ନଜିର ରହିଛି ।ତେଣୁ ଏସବୁ ଦୃଷ୍ଟିକୁ ଆଖି ଆଗରେ ରଖି ସରକାର ଏହି ପଲସାଗୋରା ଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି ।ଲୋକେ ଭଲଭାବେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି ।କିନ୍ତୁ ଏଠାରେ କାର୍ଯ୍ୟରତ ଡ଼ାକ୍ତର ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ନିରୀହ ଲୋକ ମାନଙ୍କୁ ହଇରାଣ ହେବାକୁ ପଡୁଛି । ସାଧାରଣତଃ ଡାକ୍ତରଙ୍କୁ ଭଗବାନ ବୋଲିକୁହାଯାଉଥିବା ବେଳେ ରୋଗୀ ରୂପକ ଭକ୍ତ ଡାକ୍ତର ରୂପକ ଭଗବାନଙ୍କୁ ନ ପାଇ ଡ଼ାକ୍ତରଖାନାରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି । ସରକାରଙ୍କ ତହବିଲ ରୁ ହଜାର ହଜାର ଟଙ୍କା ଦରମା ନେଉଥିବା ଡାକ୍ତର କଣ ପାଇଁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଛନ୍ତି ଏହାର ତଦନ୍ତ ହେବା ସହ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।ଏସମ୍ପର୍କରେ ଆମେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବରେ ଥିବା ଡଃ ମହେନ୍ଦ୍ର ସଏ ଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment