ବୌଦ୍ଧ ଜିଲ୍ଲା ବୀରନରସିଂହ ପୁର ଠାରେ ଆଦିତ୍ୟ ବାହିନୀ ସଙ୍ଘ ର ନବ ସଂଗଠନ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଗ୍ରାମ ପଂଚାୟତ ଅଧିନସ୍ଥ ସେଣ୍ଟ୍ରାଲ ନର୍ସରୀ (ଫରେଷ୍ଟ ବଙ୍ଗଳା )ଠାରେ ଏକ ସାଧାରଣ ଅଧିବେଶନ ସଂଗଠନ ସଭାଅନୁଷ୍ଠିତ ହୋଇଥିଲା l ସଭା ଶ୍ରୀ ସଚ୍ଚିତାନନ୍ଦ ବେହେରା ଙ୍କ ସଭାପତିତ୍ୱ ରେ ସଭା ଆରମ୍ଭ ହୋଇଥିଲା l ଏହି ଅନୁଷ୍ଠାନରେ ମୁଖ୍ୟଅତିଥିଭାବେ ଉପସ୍ଥିତ ଥିଲେ ପୁରୀ ଗୋବର୍ଧନ ପିଠାର ମଧ୍ୟାଞ୍ଚଳ ସଂଗଠନ ସଚିବ ଶ୍ରୀ ବରୁଣ କୁମାର ସାହୁ, ବିଜୟ କୁମାର ତ୍ରିପାଠୀ, କ୍ଷେତ୍ରୀୟ ସଚିବ ଅନଗୁଳ, ମାର୍ଗଦର୍ଶକ ବାସୁଦେବ ହୋତା, ବୌଦ୍ଧ ଜିଲ୍ଲାର କ୍ଷେତ୍ରୀୟ ସମ୍ପାଦକ ଦୀନବନ୍ଧୁ ପାତ୍ର ଏବଂ ଉପସ୍ଥିତ ମହୁଲବୁରି ସଭାପତି ଦିବ୍ୟଲୋଚନ ବେହେରା, ଉପସଭାପତି ବିଶ୍ଵାମିତ୍ର ତରିଆ,ସମ୍ପାଦକ ନେତ୍ରlନନ୍ଦ କଂହର ପୀଠପରିଷଦ ଜଗନ୍ନାଥ ରଣବିଡା ବିଶ୍ୱନାଥ ଦୀପ, କାର୍ତ୍ତିକ କୁମ୍ଭାର ଏବଂ ସଭ୍ୟ ନାଥ ମହାନନ୍ଦ,ଲିଙ୍ଗରାଜ ମହାନନ୍ଦ, ପରମାନନ୍ଦ ମହାନନ୍ଦ ଏବଂ ଶତାଧିକ ଜଗନ୍ନାଥ ପ୍ରେମି ଭକ୍ତ ମାନେ ଉପସ୍ଥିତ ଥିଲେ ଏବଂ ପରିଶେଷରେ ମହୁଲବୁରି ଆଦିତ୍ୟ ସଭାପତି ଶ୍ରୀ ଦିବ୍ୟଲୋଚନ ବେହେରା ଧନ୍ୟବାଦ ପ୍ରଦାନ କରି ସଭାଭୋଙ୍ଗ କରିଥିଲେ l
ବୌଦ୍ଧ ଜିଲ୍ଲା ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର l



Post a Comment