ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ,ଦେଢଶୂରଙ୍କର ଏକାଦଶାହରେ ଭାଇ ବୋହୂ ମୃତ
ଗଣିଆ ୦୬/୦୮(ମଣିଭଦ୍ରା ଖବର) ଗଣିଆ ବ୍ଲକ ଅନ୍ତର୍ଗତ ଡଙ୍କାରିସାହି ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ କୃଷ୍ଣଚନ୍ଦ୍ର ଶତପଥିଙ୍କ ଧର୍ମପତ୍ନୀ କଲ୍ୟାଣୀ ଶତପଥୀ । ସେ ଗାଧୋଇ ସାରି ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମହିଳାଙ୍କର ଏଭଳି ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ସ୍ତବ୍ଧ ପାଲଟି ଯାଇଛି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମୃତକ ମହିଳାଙ୍କର ଦେଢଶୂର ଆଜକୁ ଏଗାର ଦିନ ତଳେ ମୃତ୍ୟୁବରଣ କରିଥିବା ବେଳେ ଶନିବାର ତାଙ୍କର ଏକାଦଶାହ ପାଳନ କରାଯାଉଥିଲା । ଗୋଟିଏ ଘରୁ ୧୧ ଦିନ ଭିତରେ ଦୁଇଜଣଙ୍କର ମୃତ୍ୟୁ ଘଟିବା ଫଳରେ ପରିବାର ଲୋକେ ଗଭୀର ଭାବରେ ମର୍ମାହତ ହୋଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment