BREAKING
Loading...
:

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ: ୮ ଆହତ

 ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ: ୮ ଆହତ



ବାଲିଗୁଡ଼ା:(ମଣିଭଦ୍ରା ଖବର):  ସମ୍ପର୍କୀୟଙ୍କ ମୃତ କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ଅଘଟଣ ଘଟିଛି । ସମସ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣା ପ୍ରକାରେ ବୁଧବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍  ବୁଡାଗୁଡ଼ା ଅଞ୍ଚଳରୁ କିଛି ଲୋକ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ମୃତ କାର୍ଯ୍ୟ (ମାଡ଼ା) ରେ ଯୋଗଦେବାକୁ ଏକ ଅଟୋରେ ବାହାରିଥିଲେ । ଅଧା ବାଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡ଼ିଥିଲା । ଫଳରେ ଅଟୋରେ ବସିଥିବା ୮ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସହ ସମସ୍ତେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

أحدث أقدم
Header ADS