BREAKING
Loading...
:

ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ପାଳିତ

 ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ପାଳିତ




ନୂଆଗା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ,କ୍ଲବ୍ ଗୁଡିକରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା,କୋରଡ଼ା, ମହିପୁର ପଞ୍ଚାୟତ ନୀଳାଦ୍ରି ପୁର , ବାହାଡ଼ ଝୋଲା ଆଦି ପଞ୍ଚାୟତ ରେ ଗଣେଶ ପୂଜା ପାଳିତ ହୋଇଯାଇଛି। ମାଇ ଛେଳି ପଞ୍ଚାୟତ କୋଷାକଟା, ସଂପଡ଼ା ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ଉତ୍ସବ ରେ ଦଶପଲ୍ଲା ବିଧାୟକ ଯୋଗଦେଇଥିଲେ ।ସେହିପରି ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ଯୁବକ ସଂଘ ପକ୍ଷରୁ ମା ତାରିଣୀ ଛକ ଏବଂ ହରିଜନ ସାହି ଯୁବକ ସଂଘ ପକ୍ଷରୁ ହରିଜନ ସାହି ରେ ନୀତି କାନ୍ତି ଅନୁଯାୟୀ ଅଗ୍ରପୂଜ୍ୟ ଙ୍କ ପୂଜା ପାଳିତ ହୋଇଯାଇଛି। ଖାଲମଡା ହରିଜନ ସାହି ରେ ଅନୁଷ୍ଠିତ  ଗଣେଶ ପୂଜା ଉତ୍ସବ ରେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ତେବେ ଆଜି ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ  ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ୍ ଯୋଗଦେଇ ଉଦଘାଟନ କରିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS