BREAKING
Loading...
:

ପୂର୍ବତନ ସରପଞ୍ଚ ସ୍ଵର୍ଗତ ତ୍ରିନାଥ ନାୟକ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

 ପୂର୍ବତନ ସରପଞ୍ଚ ସ୍ଵର୍ଗତ ତ୍ରିନାଥ ନାୟକ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ବରିଷ୍ଠ ସଂଗଠକ ତଥା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ଵର୍ଗତ ତ୍ରିନାଥ ନାୟକ ଙ୍କ ସ୍ମୃତି ଚାରଣ ସଭା ତାଙ୍କ ଜନ୍ମଭୂମି ସଂପଡ଼ା ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍ମୃତି ଚାରଣ ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସେ କିପରି ବିଜୁ ଜନତା ଦଳ ର ସଂଗଠନ କୁ ସୁଦୃଢ କରିଥିଲେ ଏବଂ ଅଞ୍ଚଳ ର ବିକାଶ ,ଲୋକମାନଙ୍କ ସୁବିଧା ଅସୁବିଧା ବୁଝୁଥିଲେ ସେ ସମ୍ପର୍କରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ନୂଆଗାଁ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ନୂଆଗାଁ ବ୍ଲକ୍ ବିଜେଡ଼ି  ସଭାପତି ସନାତନ ସାମଲ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଉପ ସଭାପତି ସଞ୍ଜୀବ କୁମାର ଡାକୁଆ ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ପାରାଢ଼ିପି  ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମ ଲୋଚନ ପରିଡ଼ା , ଜାକେଡ଼ା ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ ,ସୁବ୍ରତ ମିଶ୍ର ,ଗୋଲଖ ବିହାରୀ ଗୋଚ୍ଛାୟତ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ,ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ର ସଦସ୍ୟ ,ନୟାଗଡ ଜିଲ୍ଲା ର ଡିଜିଟାଲ ମିଡିଆ ସଂଘର ସାମ୍ବାଦିକ ମାନେ ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିଲେ।ନୂଆଗାଁ କଲେଜ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ସ୍ମୃତିଚାରଣ ସଭାକାର୍ଯ୍ୟ ପରିଚାଳନା କରିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS