BREAKING
Loading...
:

ଚର୍ଚ୍ଚାରେ ସାମ୍ବାଦିକଙ୍କ ବଟି ଆଦାୟ

  ଚର୍ଚ୍ଚାରେ ସାମ୍ବାଦିକଙ୍କ ବଟି ଆଦାୟ




ଖୋର୍ଦ୍ଧା (ମଣିଭଦ୍ରା ଖବର) ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହୋଇଥିବା ବେଳେ ନିଜର କିଛି ନିୟମକୁ ଉଲଙ୍ଘନ କରିବାରେ ଲାଗିଛି ନିଜର ସାମ୍ବାଦିକତାର ପରିଚୟ ଦେଇ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛୀନତାଇ ଅଭିଯୋଗ ରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲୀ ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଧ୍ମକାଇବା ସହିତ  ଜୋର ଜବରଦସ୍ତ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ l ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିଲେ ଉକ୍ତ ସାମ୍ବାଦିକ l ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା 392,  କେସ ନମ୍ବର 344/22 ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି l 


ଖୋର୍ଦ୍ଧାରୁ ସଂଗ୍ରାମ ରଣାଙ୍କ ରିପୋର୍ଟ 

Post a Comment

أحدث أقدم
Header ADS