BREAKING
Loading...
:

ସରକାରୀ ଅନୁଦାନ ଅର୍ଥ ମିଳିଥିବା ସତ୍ତ୍ୱେ ପିତେଇପାଲି ସ୍କୁଲ ରେ ଟିଭି ନାହିଁ

 ସରକାରୀ ଅନୁଦାନ ଅର୍ଥ ମିଳିଥିବା ସତ୍ତ୍ୱେ ପିତେଇପାଲି ସ୍କୁଲ ରେ ଟିଭି ନାହିଁ 



  ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଛାତ୍ରଛାତ୍ରୀ ମାନେ ଅଧିକ   ଜ୍ଞାନଲାଭ କରିବା ଲକ୍ଷନେଇ ସରକାର ସମସ୍ତ ସ୍କୁଲ ଗୁଡିକରେ ସ୍ମାର୍ଟ ଟିଭି କିଣିବା ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । ହେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିନିକା ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିତେଇପାଲି ଠାରେ । ପ୍ରଧାନଶିକ୍ଷକ ଙ୍କ କହିବା ଅନୁଯାଇ ଏହି ବିଦ୍ୟାଳୟ କୁ ସ୍ମାର୍ଟ ଟିଭି କିଣିବା ପାଇଁ ୨୫ହଜାର ଟଙ୍କା ଅନୁଦାନ ଆସିଥିଲା ହେଳେ ସ୍କୁଲ କତୃପକ୍ଷ ୨୦ ହଜାର ୫ଶହ ଟଙ୍କାରେ ଟିଭି କିଣିଥିବା କହିଛନ୍ତି । ହେଳେ ସ୍କୁଲ ରେ ଉକ୍ତ ଟିଭି ଲଗାଯାଇନାହିଁ । ଏଥିପାଇଁ ଛାତ୍ରଛାତ୍ରୀ ଙ୍କ ପାଠପଢା କୁ ନେଇ ସମସ୍ୟା ସୃଷ୍ଟି ହେଉଛି । ସରାକର ଟିଭି ମାଧ୍ୟମରେ ପାଠପଢ଼ାଇବା ପାଇଁ ଅନୁଦାନ ଯୋଗାଇ ଦେଉଥିବା ବେଳେ ଏପଟେ ସ୍କୁଲ ପରିଚାଳନା କମିଟି ସଭାପତି ଏବଂ ପ୍ରଧାନ ଶିକ୍ଷକ ଙ୍କ ମିଲି ଭଗତ ରେ ଟଙ୍କା ହେରଫେର କରୁଥିବା ଅଭିଯୋଗ ହେଉଛି । ଏ ବିଷୟରେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ପାଣିଗ୍ରାହୀ ଙ୍କୁ ପଚାରିବାରୁ ସ୍କୁଲ ପରିଚାଳନା କମିଟିର ସଭାପତି ସ୍କୁଲରେ ଜାଗା କମ ହେଉଛି ବୋଲି କହିଲେ ଏବଂ ଟିଭି ପଛେ ଲଗାଇବା ବୋଲି କହିବାରୁ ଲଗାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି | ସେହିପରି ସ୍କୁଲ ପରିଚାଳନା କମିଟି ସଭାପତି କିଶୋର ମେଲ୍ଲୀ ଙ୍କୁ ପଚାରିବାରୁ ଟିଭି ଖରାପ ହୋଇଯିବାରୁ ସଜାଡ଼ିବାକୁ ଦିଆଯାଇଛି ବୋଲି କହିବା ସହିତ ୩ ମାସ ହେଲା ସଭାପତି ଦାୟିତ୍ୱ ରେ ଅଛି ଆଗରୁ ଲାଗିଥିଲା କି ନାହିଁ ମୁଁ କହି ପାରିବି ନାହିଁ ବୋଲି ପ୍ରକାଶ କରିଥିଲେ । ସେହିପରି ବିନିକା ଏବିଇଓ ବସନ୍ତ ଭୋଇ ଙ୍କୁ ପଚାରିବାରୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଭାଗୀୟ ଅଧିକାରୀ ଏବଂ ସ୍କୁଲ କତୃପକ୍ଷ ଙ୍କ ମିଲିଭଗତ ରେ ଟଙ୍କା ଆତ୍ମସାତ କରାଯାଇଛି । ସେହିପରି ବିନିକା ବିଇଓ ଙ୍କ ଶଶୀଭୂଷଣ ସେଠୀ ଙ୍କ ବଦଳି ପରେ ଦାୟିତ୍ୱ ରେ ଥିବା ଡୁଙ୍ଗୁରିପାଲି ବିଇଓ ଗଣେଶ କିଷାନ ଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଯେ, ବିନିକା ଅଞ୍ଚଳର  ସ୍କୁଲ ମାନଙ୍କୁ ଏ ଲିଡି  ଟିଭି ଲଗାଇବା ପାଇଁ ସରକାରୀ ଅନୁଦାନ ଦିଆଯାଇଥିଲେ ମଧ୍ୟ  ଅଧିକାଂଶ ସ୍କୁଲରେ ଟିଭି ଲାଗିନାହିଁ । ଏ ଗୁଡ଼ିକର ପ୍ରକୃତ ରହସ୍ୟ ଜାଣିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ପଡୁଛି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS