BREAKING
Loading...
:

ପିତୃହରା କନ୍ୟାର ବିକଳ କ୍ରନ୍ଦନ , ଆକସ୍ମିକ ଦୁର୍ଘଟଣାରେ ଚାଲିଗଲେ ଦୁଇ ସନ୍ତୋଷ

 ପିତୃହରା କନ୍ୟାର ବିକଳ କ୍ରନ୍ଦନ , ଆକସ୍ମିକ ଦୁର୍ଘଟଣାରେ ଚାଲିଗଲେ ଦୁଇ ସନ୍ତୋଷ 



ଦଶପଲ୍ଲା (ମଣିଭଦ୍ରା ଖବର)ଆଖିକୁ ,କାନକୁ ବିଶ୍ବାସ କରି ହେଉନି। ସୋମବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ,କେତେ ଲୋକଙ୍କ ସହ ଫୋନରେ କଥାବାର୍ତ୍ତା କରି ନିଜ ରିୟଲ ଇଷ୍ଟେଟ୍ କାମକୁ ସୁଚାରୁରୂପେ ପରିଚାଳନା କରିଥିବା ଲୋକଟି ମଙ୍ଗଳବାର ଦିନ ଗୋଟିଏ ନୂଆ ପ୍ରୋଜେକ୍ଟ କାମରେ ଫୁଲବାଣୀ ଯାଉଥିଲେ । ରାସ୍ତାରେ ଗୋଟିଏ      ହମ୍ପସ୍ କୁ କାଟିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ ଶାଳଗଛରେ ଧକ୍କା ହେଲା । ସେଇଠି ଆଗରେଥିବା ସନ୍ତୋଷ ତାରେଣିଆଙ୍କ ମୃତ୍ୟୁ ହେଲା।ସନ୍ତୋଷ ସାହୁଙ୍କୁ ଫୁଲବାଣୀ ,ପରେ ଆମ୍ରି ହସପିଟାଲ ନିଆଯାଇଥିଲା ।ସେଠାରେ ବ୍ରେନ୍ ଷ୍ଟ୍ରୋକ୍ ଅପରେସନ ମଧ୍ୟ କରାଯାଇଥିଲା । କିନ୍ତୁ ବୁଧବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଘଟଣାଟି ଦଶପଲ୍ଲାରେ ପ୍ରଚାର ହେବାପରେ ସମଗ୍ର ଦଶପଲ୍ଲା ସ୍ତମ୍ଭିଭୂତ ହୋଇଯାଇଛି । ଉଭୟ ସନ୍ତୋଷ ମିଶି ରିୟଲ ଇଷ୍ଟେଟ୍ ବ୍ୟବସାୟ କରିବା ସହ ସମାଜ ସେବା ରେ ମଧ୍ୟ ବ୍ରତୀ ଥିଲେ।ସନ୍ତୋଷ ସାହୁଙ୍କର ବୃଦ୍ଧ ପିତାମାତାଏବଂ ଏକମାତ୍ର କନ୍ୟା ସନ୍ତାନ ଅଛି। ସମଗ୍ର ଅଞ୍ଚଳରେ ଅତ୍ୟନ୍ତ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS