BREAKING
Loading...
:

କେନାଲ ହିଡ଼ଭାଙ୍ଗି ଶତାଧିକ ଏକର ଚାଷଜମି ଜଳମଗ୍ନ l

 କେନାଲ ହିଡ଼ଭାଙ୍ଗି ଶତାଧିକ ଏକର ଚାଷଜମି ଜଳମଗ୍ନ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ହୀରାକୁଦ ସେଚାଞ୍ଚଳ ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ସେକ୍ସନ ସାହାଜବାହାଲ ଗ୍ରାମ ନିକଟରେ କେନାଲ ହିଡ଼ ଭୁଶୁଡି ପଡିବାରୁ  ପ୍ରାୟ ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇପଡିଛି | ସୂଚନା ଅନୁଯାୟୀ ଆଜି ସକାଳେ ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ମୁଖ୍ୟ କେନାଲ ରେ ପ୍ରବଳ ବନ୍ୟାପାଣି ଆସୁଥିବାରୁ ମେଘଲା ପଞ୍ଚାୟତ ସାହାଜବାହାଲ ଗ୍ରାମର କେନାଲ ରେ ପ୍ରାୟ 20 ଫୁଟ ଘାଇ ସୃଷ୍ଟିହୋଇ ପ୍ରବଳ ବେଗରେ ପାଣି ମାଡି ଯିବାରୁ ସାହାଜବାହାଲ ଓ ପଧାନପାଲି ଗ୍ରାମର ଚାଷୀ ଚତୁର୍ଭୁଜ ପଧାନ, ପଟାରି ପଧାନ, କାର୍ତ୍ତିକ ମହାକୁର, ଉଦୟ ମହାକୁର, କେସନ ବାଘ, ରତନ ବାରିକ, ଶ୍ରୀଧର ପଧାନ, ନବୀନ କୁମ୍ଭାର, ବିରଞ୍ଚି ବାଗ, କିଶୋର ସାହୁ ପ୍ରମୁଖ ଙ୍କ ଧାନ ଫସଲ ରେ ପାଣି ପଶିଯାଇ ଜଳମଗ୍ନ ହୋଇଯାଇଛି | ଚାଷ ଆରମ୍ଭ ରୁ ହିଁ ଚାଷୀ ବହୁମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହେଉଛି |ଏହି ଘଟଣାର ଖବର ପାଇ  ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, କେନାଲ ମଣ୍ଡଳ ଉପମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପାଣିଗ୍ରାହୀ,  କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ରଥ,ରାମପୁର କେନାଲ ଉପଖଣ୍ଡ ଅଧିକାରୀ ଅଭିନନ୍ଦନ କିଷାନ, କୁହିବାହାଲ କେନାଲ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପଳାଇ, କୌଡ଼ିଆମୁଣ୍ଡା କେନାଲ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ମଙ୍କର ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦାରଖ କରିଥିଲେ | ଅତ୍ୟଧିକ ପାଣି ଆସିଯିବାରୁ କେନାଲ ଭୁସିଡ଼ି ପଡିଛି କାମ ଚାଲିଥିବା କେନାଲ ୨ଦିନ ମଧ୍ୟରେ ସମାପ୍ତ କରାଯିବ ବୋଲି ଏସଡିଓ ଶ୍ରୀ କିଷାନ ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର ଆକଳନ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ | 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS