ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ଦାବୀ ରଖିଲେ ଦଶପଲ୍ଲା ବିଧାୟକ
ଗଣିଆ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନ ସଭା ପ୍ରଶ୍ନ କାଳରେ ଦାବୀ ଉପସ୍ଥାପନା କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଆଜି ବିଧାନସଭା ଅଧିବେଶନ ରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୧୪୨ରେ ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ରୂପେ ପରିଣତ କରିବାକୁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଉକ୍ତ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ପାଇଁ ବିଭାଗୀୟ ପତ୍ର ସଂଖ୍ୟା ୮୫୮୦ ତା ୨୫/୦୬/୨୦୨୦ ଜରିଆରେ ଜିଲ୍ଲା କତୃପକ୍ଷଙ୍କୁ ଆବଶ୍ୟକୀୟ ତଥ୍ୟ ମଗାଯାଇଥିଲା । କିନ୍ତୁ ଉକ୍ତ ତଥ୍ୟ ଏ ପର୍ଯ୍ୟନ୍ତ ବିଭାଗର ହସ୍ତଗତ ହୋଇନାହିଁ । ଉକ୍ତ ତଥ୍ୟ ଜିଲ୍ଲା କତୃପକ୍ଷଙ୍କ ଠାରୁ ହସ୍ତଗତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ପ୍ରତ୍ୟେକ ବିଧାନସଭାରେ ପ୍ରଶ୍ନ କରି ଆସିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରୁଥିବାରୁ ବିଧାୟକଙ୍କୁ ବୁଦ୍ଧିଜୀବୀ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବଡସିଲିଙ୍ଗା ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଧାୟକଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق