BREAKING
Loading...
:

ବାଉଁଶୁଣୀ ଥାନା ଅଂଚଳରେ କଡ଼ା କଡି ପେଟ୍ରୋଲିଙ୍ଗ କରିବାକୁ ଦାବି।

 ବାଉଁଶୁଣୀ ଥାନା ଅଂଚଳରେ କଡ଼ା କଡି ପେଟ୍ରୋଲିଙ୍ଗ କରିବାକୁ ଦାବି।



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ସଦର ବୌଦ୍ଧ ବ୍ଲକ ର ବାଉଁଶୁଣୀ ଥାନା ବାଉଁଶୁଣୀ ଦେଇ ମୁଖତଃ ୫୭ ନମ୍ୱର ଜାତୀୟ ରାଜପଥ ଯାଇଥିବା ବେଳେ ଅନ୍ୟପଟେ ଶଗଡା ଠାରୁ ଗୁନ୍ଦୁଲିଆ ରାସ୍ତାଦେଇ ବାଉଁଶୁଣୀ ଠାରେ ସଂଯୋଗ ହୋଇଥିବା ବେଳେ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ଦିନକୁ ଦିନ ଚୋରି ଡକାୟତି ସହ ଲୁଟ୍ ପାଟ ମାମଲା ବଢ଼ିବାରେ ଲାଗିଛି।ଅନ୍ୟପଟେ ଗଞ୍ଜେଇ ଚୋରା ଚାଲାଣ ମୁଖ୍ୟତଃ ଉକ୍ତ ରାସ୍ତା ମାନଙ୍କରେ ଅତ୍ୟଧିକ ପରିମାଣରେ ହେଉଥିବାରୁ ବାହାର ରାଜ୍ୟ ରୁ ଲୋକଙ୍କ ଗମନା ଗମନ ବଢ଼ିବାରେ ଲାଗିଛି।ଯାହା ଦ୍ଵାରା ସାଧାରଣ ଜନତା ହଇରାଣ ରେ ପଡ଼ୁଥିବା ଅଭିଯୋଗ ହେଉଛି।ମୁଖ୍ୟ ରାସ୍ତା ମାନଙ୍କରେ ମଦୁଆ ଆଡ୍ଡା ଜମାଇଛନ୍ତି।ରାତିରେ ଉକ୍ତ ଅଂଚଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ମଧ୍ୟ ପ୍ରକାଶ କରିଛନ୍ତି।ତେଣୁ ଉକ୍ତ ଅଂଚଳରେ ପୋଲିସ ପେଟ୍ରୋଲିଙ୍ଗ କଡ଼ା କୁଡ଼ି କରିବାକୁ ଜନସାଧାରଣ ଦାବି କରିଛନ୍ତି।



ରିପୋର୍ଟ ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର 

Post a Comment

أحدث أقدم
Header ADS