BREAKING
Loading...
:

କଇଥପଲ୍ଲୀ ସେବା ସମବାୟ ସମିତି ର ସଭାପତି ହେଲେ ସନ୍ତୋଷ

 କଇଥପଲ୍ଲୀ ସେବା ସମବାୟ ସମିତି ର ସଭାପତି ହେଲେ ସନ୍ତୋଷ




ନୂଆଗାଁ (ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ପଞ୍ଚାୟତ କଇଥପଲ୍ଲୀ ସେବା ସମବାୟ ସମିତି ର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ସନ୍ତୋଷ କୁମାର ସେନାପତି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ।ଯାହା ଫଳରେ ସନ୍ତୋଷ ନିର୍ଦ୍ଵନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ଅଧିକାରୀ ସୂର୍ଯ୍ୟମଣି ସ୍ୱାଇଁ ଏବଂ ସେବା ସମବାୟ ସମିତି ସମ୍ପାଦକ ରବୀନ୍ଦ୍ର ମହାପାତ୍ର ଙ୍କ ଉପସ୍ଥିତିରେ ସଭାପତି ନିର୍ବାଚନ ହୋଇଥିଲା। ସନ୍ତୋଷ ଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରାଇବା ପାଇଁ ସରପଞ୍ଚ ଙ୍କ ପ୍ରତିନିଧି ବିଭୂତି ବେହେରା, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଆଶୁତୋଷ ସାହୁ,ଅନିଲ ସାହୁ ଙ୍କ ସମେତ ଛାତ୍ର ଓ ଯୁବ ଗୋଷ୍ଠୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜଣା ପଡିଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ, ନୂଆଗାଁ 

Post a Comment

أحدث أقدم
Header ADS