BREAKING
Loading...
:

ରକ୍ତ ଦାନ ଶିବିର ଅନୁଷ୍ଠିତ

 ରକ୍ତ ଦାନ ଶିବିର  ଅନୁଷ୍ଠିତ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

 ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶାଗଡା  ଗ୍ରାମ ପଂଚାୟତ ପରିସରରେ ଚନ୍ଦ୍ରମା ଅନୁଷ୍ଠାନ ଏବଂ ଶଗଡ଼ା ଗ୍ରାମପଂଚାୟତ ଅଧିନସ୍ଥ ବଣିକ ସଂଘ ର  ମିଳିତ  ଆନୁକୂଲ୍ୟ ରେ ଏକ  ରକ୍ତ  ଦାନ ଶିଵିର  ଅନୁଷ୍ଠିତ ହୋଇଯାଇଛି.ଏହି ଶିବିରରେ ମୁଖ୍ୟ ଅତିଥି  ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ,ଏବଂ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ ଏବଂ ଏହି ଭଳି  କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ରେ ଜାରି ରଖିବା ପାଇଁ  ଚନ୍ଦ୍ରମା ଅନୁଷ୍ଠାନ କୁ ଉତ୍ସାହିତ କରିଥିଲେ ଏହି  ଶିବିରରେ ମୋଟ 34 ୟୁନିଟ ବ୍ଲଡ଼ ସଂଗ୍ରହ ହୋଇଥିଲା l 


ଏଠାରେ ଶଗଡ଼  ଗ୍ରାମପଞ୍ଚାୟତର  ସରପଞ୍ଚ ଶ୍ରୀମତୀ ସାନ୍ଧ୍ୟରାଣୀ ମହାକୁଡୁ,ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଶଗଡା ର  ମେଡିକାଲ ଅଫିସର ଶ୍ରୀ ବିଶ୍ୱନାଥ ଶତପଥୀ , ଚନ୍ଦ୍ରମା ଅନୁଷ୍ଠାନ ର  ଉପ-ସଭାପତି କରୁଣାକର   ଘାଣ୍ଟୁଆଳ ଓ କର୍ମକର୍ତା , ଶାଗଡା ବଣିକସଂଘ ର ସ୍ବେଛାସେବୀ କର୍ମୀ ମାନେ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଉକ୍ତ ଶିବିର କୁ ସାଫଲ୍ୟମଣ୍ଡିତ କରିଥିଲେ.l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS