୧୦୦ ବୋତଲ କଫସିରପ ଜବତ କଲା ସୋନପୁର ପୋଲିସ,:୩ ଗିରଫ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବେଆଇନ କଫ ସିରଫ କାରବାରକୁ ନେଇ ତିନି ଜଣକୁ ଗିରଫ କରିଛି ସୋନପୁର ପୋଲିସ । ତା ସହ ୧୦୦ ବୋତଲ କଫ ସିରଫ ଏବଂ ଏକ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ସୋନପୁର ଥାନା ଅଂଚଳରେ କିଛି ଦିନ ହେଲା ବେଆଇନଭାବେ କଫ ସିରଫ କାରବାର ଚାଲିଥିଲା । ତେବେ ଆଜି ସକାଳେ ସଦର ବ୍ଲକଛକ ରୁ ପଟାଭାଡି ରାସ୍ତାରେ ଥିବା ସଖି ସେଣ୍ଟର ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଯୁବକ ଏକ ସ୍କୁଟିରେ କଫସିରପ୍ ବିକ୍ରି କରୁଥିବାବେଳେ ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଓ ମାନସ ପାଢି । ସମସ୍ତ ଅଭିଯୁକ୍ତ ସୋନପୁର ସହର ଓ ଉଲୁଣ୍ଡାର ବୋଲି ପୋଲିସ ସୁଚନା ଦେଇଛି । ଏନେଇ ସୋନପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି ସୋନପୁର ଉପଖଣ୍ଡ ପୋଲିସ ଅଧିକାରୀ ।
ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق