BREAKING
Loading...
:

ସହଭାଗୀ ମାଣ୍ଡିଆ ବିହନ ଚାରା ଉତ୍ପାଦନ କ୍ଷେତ୍ର ପ୍ରସ୍ତୁତି

 ସହଭାଗୀ ମାଣ୍ଡିଆ ବିହନ ଚାରା ଉତ୍ପାଦନ କ୍ଷେତ୍ର ପ୍ରସ୍ତୁତି






ଗଣିଆ ୩୧/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକର ବଡସିଲିଙ୍ଗା ଠାରେ ମାଣ୍ଡିଆ ଚାଷ ହେବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଶନିବାର ପୁରୁଣା ପାଣି ଠାରେ ସହଭାଗୀ ମାଣ୍ଡିଆ ବିହନ ଚାରା ଉତ୍ପାଦନ କ୍ଷେତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ କୃଷି ଅଧିକାରୀ ପ୍ରଦୀପ ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ନିଳାଦ୍ରୀକାନ୍ତ ଗିରି,ସିଆରପି ରମେଶ ଚନ୍ଦ୍ର ପରିଡା, ବିଶ୍ବରଂଜନ କହଁର, ସଂଯୋଜକ ଲେଖାରାମ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ । ମାଣ୍ଡିଆ ଚାଷ ପାଇଁ ଚାରା ପ୍ରସ୍ତୁତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରାଯାଇଥିଲା । ପ୍ରାୟ ୧୧ ପ୍ରକାର ମାଣ୍ଡିଆ ଚାରା ଉତ୍ପାଦନ ହେବା ପାଇଁ ସ୍ଥିର କରାଯାଇଥିବା ଜଣାପଡ଼ିଛି । ଫଳରେ ବଡସିଲିଙ୍ଗା ଅଞ୍ଚଳରେ ଅନେକ ଚାଷୀ ଉପକୃତ ହୋଇପାରିବେ ବୋଲି କୃଷି ଅଧିକାରୀ ଜଣାଇଛନ୍ତି । ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ଅନ୍ୟ ଚାଷ ହେଉନଥିବାରୁ ସେଠାରେ ମାଣ୍ଡିଆ ଚାଷ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS