ଦଶପଲ୍ଲା ରେ ଉଜ୍ଜଳ ଭାରତ, ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦଶପଲ୍ଲା ( ମଣିଭଦ୍ରା ଖବର)ଭାରତର ସ୍ଵାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ' ଆଜାଦୀ କା ଅମୃତ ମହୋତ୍ସବ ' ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ , ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗରେ ଆଜି ଅପରାହ୍ନ ୫ ଘଟିକା ସମୟେ, ଦଶପଲ୍ଲା ଏସ୍ ଆର୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ରମେଶଚନ୍ଦ୍ର ବେହେରା ଯୋଗଦେଇ, ନୟାଗଡ଼ ଜିଲ୍ଲାରେ ବିଦ୍ୟୁତକ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହିତ ବିଦ୍ୟୁତ ଅପଚୟ ରୋକିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଦ୍ୟୁତ ଉତ୍ପାଦନ , ସରବରାହ ଓ ବିତରଣ ବ୍ୟବସ୍ଥାରେ ସୃଷ୍ଟି ହେଉଥିବା ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ସୌର ଶକ୍ତିର ଉପଯୋଗୀତା ଓ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ । ସମ୍ମାନିତ ଅତିଥିରୂପେ ଦଶପଲ୍ଲା ଅତିରିକ୍ତ ତହସିଲଦାର କେ ଭେକଂଟ୍ ରାଓ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଆମ ମାନକଂପାଇଁ ବହୁ ଉପଯୋଗୀ ଏବଂ ସୁରକ୍ଷିତ ବିଜୁଳି ବ୍ୟବହାର ଉପରେ ନିଜର ମତାମତ ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ୍ ଅଧ୍ଯକ୍ଷା ସୁନନ୍ଦା ସାହୁ ,ଦଶପଲ୍ଲା ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ବିଦ୍ୟୁତ ସଂରକ୍ଷଣ ଉପରେ ନିଜ ନିଜର ଗୁରୁତ୍ବପୂର୍ଣ୍ଣ ମତ ଦେଇଥିଲେ । ବିଦ୍ୟୁତ୍ ମନ୍ତ୍ରଣାଳୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତ ଅତିଥି ଗଣ ,ଏଭଳି କାର୍ଯ୍ୟକ୍ରମ କୁ, ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ରୂପେ ଏନ୍ ଟି ପି ସି ଡିଜିଏମ୍ ଶଶିକାନ୍ତ ଦାଶ୍ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତକ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଉପରେ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଏନ୍ ଟି ପି ସି ସୌଜନ୍ୟରେ ଓ 5ଏହି କାର୍ଯ୍ୟକ୍ରମ ଓପିଟିସିଏଲ ଏବଂ ଟିପିଏସ୍ଓଡିଏଲ ର ସହଯୋଗୀତାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ଉନ୍ନୟନମୂଳକ ହୋଇଥୂବା କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ଏବଂ ବିଦ୍ୟୁତ୍ ର ସଦ୍ ବ୍ୟବହାର ଉପରେ ,ସଚେତନତା ଜାଗ୍ରତ କରିବା । କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ମ୍ୟାନେଜର ଏନଟିପିସି ଶଶିକାନ୍ତ ଦାଶ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଶପଲ୍ଲା ଓ ନୟାଗଡ଼ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଓ ମହିଳା ମାନେ ସାମିଲ ହୋଇଥିଲେ । ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,
إرسال تعليق