BREAKING
Loading...
:

ଡ଼ାହୁକା ଭ୍ୟାଲି ୟୁଥ୍ କ୍ଳବ୍ ଦ୍ଵାରା ୭୩ ତମ ବନ ମହୋତ୍ସବ ପାଳିତ

 ଡ଼ାହୁକା ଭ୍ୟାଲି ୟୁଥ୍ କ୍ଳବ୍ ଦ୍ଵାରା ୭୩ ତମ  ବନ ମହୋତ୍ସବ ପାଳିତ 




ନୂଆଗାଁ (ପୁଷ୍ପଲତା ପ୍ରଧାନ)  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଗୋଳଗୋଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଡାହୁକା ଭ୍ୟାଲି ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବନ ମହୋତ୍ସବ ଏବଂ  ବୃକ୍ଷ ରୋପଣ ର ମହତ୍ତ୍ଵ  କହିବା ସହ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସରପଞ୍ଚ ସସ୍ମିତା ମଳିକ,ସମିତି ସଭ୍ୟା ମମତା ପାଳ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ପଞ୍ଚାୟତ ବିଜେଡ଼ି ସଭାପତି ଦୀପକ ରଞ୍ଜନ ଦାସ,ୟୁଥ୍ କ୍ଲବ୍ ପ୍ରେସିଡେଣ୍ଟ କହ୍ନେଇ ଲେଙ୍କା,ସମ୍ପାଦକ ରଞ୍ଜିତ ରଥ , ଉପଦେଷ୍ଟା ଉମେଶ କୁମାର ଚଇନି, ତାରେଶ୍ୱର ପାଣି ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଡାହୁକା ନଦୀ ଉପକୂଳ,ବିଦ୍ୟାଳୟ ପରିବେଶରେ ୨୦୦ ରୁ ଉର୍ଦ୍ଧ୍ବ ବେଲ,ବାଉଁଶ, ଡାଳିମ୍ବ,ନିମ୍ବ, ଆମ୍ବ ଆଦି  ବୃକ୍ଷ ରୋପଣ କରାଯାଇଥିଲା। ଡାହୁକା ଭ୍ୟାଲି ୟୁଥ୍ କ୍ଳବ୍ ର ଏଭଳି କାର୍ଯ୍ୟ କୁ ଜନ ସାଧାରଣ ରେ ପ୍ରଶଂସା କରାଯାଇଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ, ନୂଆଗାଁ 

Post a Comment

Previous Post Next Post
Header ADS