BREAKING
Loading...
:

ଜାଲ ରେ ମାଛ ଧରୁଥିବା ବିଭାଗୀୟ ଅଧିକାରୀ ମାନେ ନିଜେ ଦୁର୍ନୀତି ର ଜାଲ ରେ ଛନ୍ଦି ହେବେନି ତ ?

 ଜାଲ ରେ ମାଛ ଧରୁଥିବା ବିଭାଗୀୟ ଅଧିକାରୀ ମାନେ ନିଜେ ଦୁର୍ନୀତି ର ଜାଲ ରେ ଛନ୍ଦି ହେବେନି ତ ?


 ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)ରାଜ୍ୟ ସରକାର ବେକାରୀ ଯୁବକ ଯୁବତୀ, ବେରୋଜଗାର ଗରିବ ଲୋକଙ୍କ ଥଇଥାନ, ଆର୍ଥିକ ମାନଦଣ୍ଡ ର ଅଭିବୃଦ୍ଧି ପାଇଁ ଅସ୍ଥାୟୀ ଭାବେ କିଛି ରୋଜଗାର ଯୋଗାଇବାକୁ ଛେଳି ଚାଷ, ମାଛ ଚାଷ, କପା ଚାଷ, ପ୍ରମୁଖ ବିଭିନ୍ନ ପ୍ରକାର ଚାଷ ଓ ବିଭିନ୍ନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏଭଳି କିଛି ଜାଗାରେ କିଛି ବିଭାଗ ରେ  ବିଭାଗୀୟ ଅଧିକାରୀ କର୍ମଚାରୀ ମିଶି  ବେରୋଜଗାର ଲୋକଙ୍କ ଫାଇଦା ନାଁ ରେ  ନିଜେ ସେମାନେ ହରିଲୁଟ କରି ମାଲାମାଲ ହେବାକୁ, ସରକାରୀ ଜାଗାରେ ସରକାରୀ ଯୋଜନା ରେ  ଦିନ ରାତି ଖଟି ଅସାଧୁ ଉପାୟରେ  ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଜଣା ପଡୁଛି l ତଳିଆ କର୍ମଚାରୀ , ବେନିଫିସରି ମାନଙ୍କୁ ଧମକ ଚମକ ଦେଇ ମୁହଁ ବନ୍ଦ କରାଇ  ନିର୍ଭିକ ଭାବେ ଏକ ଛତ୍ର ବାଦ ସାଶନ କରୁଥିବା ଜଣାଯାଇଛି  l ଆଉ ସେଭଳି ଏକ ବିଭାଗ ହେଉଛି ସୁବର୍ଣ୍ଣପୁର ର ଜ଼ିଲ୍ଲା ମତ୍ସ୍ୟ ବିଭାଗ l ଯେଉଁ ବିଭାଗ କୁ ନାଁ ପ୍ରଶାସନ ନାଁ ବୁଦ୍ଧିଜୀବୀ ନାଁ ମିଡ଼ିଆ ଙ୍କ ନଜର ରହୁଛି l ସମସ୍ତ ଙ୍କ ଧାରଣା ଯେ  ସହର ଓ ଜ଼ିଲ୍ଲା ର କେବଳ ପଖୋରୀ କେତୋଟି ଜଗିଛି ଏଇ ବିଭାଗ l ଦାଇତ୍ୱ ରେ ଥିବା ଅଫିସର ମେନେଜର ବି ଦେଖିଲେ ଭାରି ଭଦ୍ର ଜଣା ପଡୁଛନ୍ତି କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ସହର ର ସେଇ ପଖୋରୀ ବା 50/60 ନର୍ସରୀ ଭିତରେ ସ୍ପନ ଟାର୍ଗେଟ 60/70 ଲକ୍ଷ ଦେଖl ଯାଉଥିବା ବେଳେ ଯାଆଁଳା ବିକ୍ରି ହେଉଛି କୋଟି କୋଟି ଟଙ୍କା ତାର କୌଣସି ସଠିକ ହିସାବ କିତାବ ନାହିଁ l 



ସରକାର ମାଛ ଚାଷ ର ଯତ୍ନ ଓ ବୃଦ୍ଧି ସକାଶେ ବହୁ ଯନ୍ତ୍ର ପାତି,ଅନେକ କୌଶଳ ଓ  ଔଷଧ ଯୋଗାଇ ଦେଉଥିବା ବେଳେ ନିଜର ଫାଇଦା ପାଇଁ  ଜାଣି ଶୁଣି ଅକ୍ସିଜେନ ଅଭାବ କରାଇ ମାଛ ସବୁ ମାରି ଦେଇ ଡେମେଜ ଦେଖାଇ  ତାକୁ ବିକ୍ରି କରିଦେଉଥିବା  ବିଭଗ ରୁ  ଖବର ମିଳୁଛି l ବିନା ରସିଦ ରେ ବିଭିନ୍ନ ଅଂଚଳ ର ଚାଷୀ ଙ୍କୁ ମାଛ ବିକ୍ରି କରିଥିବା ପ୍ରମାଣ ବି ମିଳିଛି l ଏଇ ସରକାରୀ ବନ୍ଧ ରେ ବ୍ୟକ୍ତିଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ର ଚିଙ୍ଗୁଡ଼ି ଚାଷ କରି ବିକ୍ରି କରି ଲୋକଙ୍କୁ  ଓ  ପ୍ରଶାସନ କୁ ଦିନ ବେଳା ଲଣ୍ଠନ ଦେଖାଉଥିବା,  ଅଫିସ ର ଭଡା ଘର ର ହାଉସ ରେଣ୍ଟ ଓ ବିଦ୍ୟୁତ ବିଲ ମଧ୍ୟ ପୈଠ କରୁ ନ ଥିବା, 20 ବର୍ଷ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଆସିଥିବା ଜଣେ  ଗରିବ ଶ୍ରେଣୀର ପୁରୁଣା କର୍ମଚାରୀ କୁ ବିନା କାରଣ ରେ ଚାକିରୀ ରୁ ବିଦା କରିଦେବା,  କିଛି ପ୍ରତିବାଦ କଲେ ତଳିଆ କର୍ମଚାରୀ ସଚ୍ଚୋଟ କର୍ମଚାରୀ ଙ୍କୁ ଧମକ ଚମକ ଦେଇ ଭୟଭୀତ କରି ମୁହଁ କୁ ବନ୍ଦ କରାଇବା, କାହାକୁ  ବଦଳି କାହାକୁ ସସ୍ପେଣ୍ଡ କରିବା,  ଏ ବିଭାଗ ଦୀର୍ଘ ବର୍ଷ ଧରି ବଲାଙ୍ଗୀର ଅଫିସର ଙ୍କ ଅଧୀନ ରେ ରହିଥିବା ଯୋଗୁଁ ଏଠି ମନମାନି କାମ ଚାଲିବା, ପ୍ରଶାସନ କୁ ଭିଜିଲାନ୍ସ କୁ ଅଭିଯୋଗ ସତ୍ୱେ ଏଠି କାର ଅଫିସର ମେନେଜର ଙ୍କ ଦୁର୍ନୀତି ବିରୋଧ ରେ ଆଦୌ ଇନକ୍ଵାରୀ ନ ହେବା, ଦୀର୍ଘ ବର୍ଷ  ମନମାନି ପରେ  ବି ତାଙ୍କୁ ବଦଳି ନ କରିବା, ସହର ର ବାରିବନ୍ଧ ଓ ସିଟି ସ୍କୁଲ ସାମନା ର ମୁଣ୍ଡଯୋଖ ବନ୍ଧ କୁ ପ୍ରଶାସନ ର ଅଜାଣତ ରେ  ଦୀର୍ଘ ବର୍ଷ ରୁ ଏ ବାବୁ ମାନେ ନିଜେ ଲିଜ ଦେଇ ଚାକିରୀ ସହିତ ଭଲ ବ୍ୟବସାୟ କରୁଥିବା, ବଡ଼ ଅଫିସର ଓ ସାମ୍ବାଦିକ ଙ୍କୁ ଆମେ ହାତରେ ରଖିଛୁ ବୋଲି ତଳିଆ କର୍ମଚାରୀ ଙ୍କୁ ବାହାପ୍ପା ମାରି କହୁଥିବା,  ରାତି ର ମାଛ ଚୋରି ଘଟଣା କୁ  ବିଲେଇ ପରି ଆଖି ବୁଜିବା, ଏପରିକି ଗତ ବର୍ଷ ଅକ୍ଟୋବର ମାସରେ ଏଇ ବିଭାଗ  ର ପୁରୁଣା ଟ୍ରାନ୍ସଫର୍ମା, 5 ଟନ ଲୁହା, 5 ଏଚ ପି ମୋଟର, ବିଦ୍ୟୁତ ଢାଳ, ବଡ଼ ବଡ଼ ଲୁହା ଡ୍ରମ, ପ୍ଲାଷ୍ଟିକ ପାଇପ ଭଳି  ଅଫିସ ର ଅନେକ ଜିନିଷ ସବୁକୁ ନିଜ ପୈତୃକ ସମ୍ପତ୍ତି ପରି ରାତା ରାତି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା  ଆତ୍ମସାତ କରିବା ଭଳି ଘୋର ସାଙ୍ଘାତିକ ଅଭିଯୋଗ ସବୁ ଏବେ ହାଟ ରେ ପଡି ଦାଣ୍ଡ ରେ ଗଡୁଛି l  ପ୍ରକାଶ ଥାଉକି କି ଯେ ବିଭାଗ ନାଁ ରେ ପୂର୍ବରୁ ଦିଆ ଯାଇଥିବା ବିଭିନ୍ନ  ଲିଖିତ ଅଭିଯୋଗ ସବୁ ମିଡ଼ିଆ ହାତରେ ଲାଗିବା ପରେ ଜ଼ିଲ୍ଲାପାଳ ଙ୍କୁ ଭେଟିବାକୁ ଏ ବିଭାଗ ର ଅଫିସର ଓ ଅନ୍ୟ ସହଯୋଗୀ କର୍ମଚାରୀ ନିଜ ବିଭାଗ ର ଓ ଦୁର୍ନୀତି ର ସଫେଇ ଦେବା ପାଇଁ  ସଜ ବାଜ ହେଉଥିବା ଆଜି ମଧ୍ୟ ଖବର ମିଳିଛି l ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗ ରେ ଦୃଷ୍ଟି ଦେଇ ଏ ବିଭାଗୀୟ କର୍ମଚାରୀ ଙ୍କୁ ପଚରା ଉଚୁରା କରି,ଏସବୁ ସବୁ ତଥ୍ୟ ର ଅନୁସନ୍ଧାନ ଓ ଦୁର୍ନୀତି ର ପର୍ଦାଫାଶ କରିବା ସହିତ ଏଇ ଅଧିକାରୀ ମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅନ୍ୟତ୍ର ବଦଳି କରିବାକୁ ସହର ବାସୀ ଦାବୀ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS