BREAKING
Loading...
:

ଶିକ୍ଷକ ଅଭାବ ସମସ୍ୟା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

 ଶିକ୍ଷକ ଅଭାବ ସମସ୍ୟା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାପୁଜୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦେଖାଦେଇଛି ଶିକ୍ଷକ ଅଭାବ ସମସ୍ୟା।ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ସୂଚନା ଅନୁଯାୟୀ ବାହାଡ଼ ଝୋଲା ମାଣିକ ପାଟଣା ରେ ଥିବା ବାପୁଜୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ଅଛନ୍ତି ୩ ଜଣ ଶିକ୍ଷକ।ପ୍ରଧାନ ଶିକ୍ଷକଙ୍କ  ଶରୀର ଅସୁସ୍ଥ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ରୋଗରେ ପୀଡିତ ହୋଇ ଛୁଟିରେ ଥିବା ଜଣା ପଡିଛି।ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ।ଏଥରୁ ସ୍ପଷ୍ଟ ଅନୁମେୟ ହେଉଛି ଛାତ୍ର ଛାତ୍ରୀ କିପରି ପାଉଥିବେ ଗୁଣାତ୍ମକ ଶିକ୍ଷା।ବିଦ୍ୟାଳୟର ଏହି ସମସ୍ୟା ପ୍ରତି କଣ ସତରେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ପଡୁନି।ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ଯାଉଥିବା ବେଳେ ଶିକ୍ଷା ବିଭାଗର ଦୃଷ୍ଟି ନ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶିକ୍ଷା ବିତ୍ ମାନେ ମତ ଦେଇଛନ୍ତି। ଏହି ସମସ୍ୟା ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଶିକ୍ଷକ ଅଭାବ ସମସ୍ୟା ଦୂର କରିବା ପାଇଁ ଅଭିଭାବକ ମହଲରେ ଦାବୀ ହୋଇଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ 

Post a Comment

Previous Post Next Post
Header ADS