ଗୁମି ସେକ୍ସନ ରେ ୭୩ ତମ ବନ ମହୋତ୍ସବ ପାଳିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ଜିଲା ମହୀପୁର ବନାଞ୍ଚଳ ର ଗୁମି ଫରେଷ୍ଟ ଅଂଚଳରେ ୭୩ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୁମି ଫରେଷ୍ଟର ଆଲୋକ କୁମାର ଗୁରୁ ଙ୍କ ନେତୃତ୍ୱରେ ମୁରିଆମ୍ବା ର ଏକ ଟାଙ୍ଗିରି ପାହାଡ଼ରେ ଗୁମି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ, ତଥା ନୂଆଗାଁ ବ୍ଲକ ଯୁବ ବିଜେଡି ଉପସଭାପତି ସଂଜୀବ କୁମାର ଡାକୁଆ, ଏବଂ ସରପଞ୍ଚ ବବୃ ମହାରଣା, ପବିତ୍ର ରଥଯାତ୍ରା ରେ ଗଛ ଲଗାଇ ଶୁଭ ଅନୁକୂଳ କରିଥିଲେ l ସହଯୋଗରେ କାପ୍ତାପଲ୍ଲୀ ଫରେଷ୍ଟ ଗାଡ଼ ଯୋଗେନ୍ଦ୍ର ସ୍ୱାଇଁ, ଫରେଷ୍ଟ ଗାଡ଼ ମାନସ ସେଠି, ସିସିର ସହୂ ଏବଂ ଅନ୍ୟାନ କର୍ମଚାରୀ ଉପସ୍ଥିତ ରହି ଗଛ ଲଗାଇଥିଲେ l ଟାଙ୍ଗିରି ପାହାଡ଼ ରେ ଲିମ୍ବ, ଆମ୍ବ, ଶିଶୁ ଇତ୍ୟାଦି ଗଛ ଲଗାଇ ଏକ ସୁନ୍ଦର ବନାନୀ କରିବାପାଇଁ ଗୁମି ଫରେଷ୍ଟର ଆଲୋକ କୁମାର ଗୁରୁ ଙ୍କ ସୁନ୍ଦର ପ୍ରୟାସ l ଗୁରୁ ଙ୍କର ଏଭଳି ପ୍ରୟାସ କୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି l
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق