BREAKING
Loading...
:

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ ,ତଦନ୍ତ ହେବ ନା ଚୁପ ବସିବ ଜଙ୍ଗଲ ବିଭାଗ ।

 , ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ ,ତଦନ୍ତ ହେବ ନା ଚୁପ ବସିବ ଜଙ୍ଗଲ ବିଭାଗ ।



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ରେଞ୍ଜ ନିକଟସ୍ଥ ରତାଖଣ୍ଡି ଜଙ୍ଗଲରେ ଗତକାଲି ରାତି ୧୦ଘଣ୍ଟା ସମୟରେ ଏକ ଭାଲୁ ମରିପଡ଼ିଥିବା ଦେଖି ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ ।ମିଳିଥିବା ସୂଚନା ଅନୁସାରେ , ରତାଖଣ୍ଡି ଜଙ୍ଗଲରେ ଶିକାରୀମାନେ ବିଭିନ୍ନ ସମୟରେ ବିଦ୍ୟୁତ୍ ତାରରେ ହୁକ୍ କରି ବାର୍ ହା ଶିକାର କରିଥାନ୍ତି । ଗତ କାଲି ରାତିରେ ବାର୍ ହା ଶିକାର ପାଇଁ ସେହି ବିଦ୍ୟୁତ୍ ତାର ଟଣା ଯାଇଥିଲା ।




କିନ୍ତୁ ସେହି ତାରରେ ଏକ ଭାଲୁ ପଡ଼ି ଯିବାରୁ ତାର ମୃତ୍ୟୁ ହୋଇଛି ।ଏହି ଜଙ୍ଗଲରେ ବହୁ ସମୟରେ ଏମିତି ଏମିତି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜନ୍ତୁ ମରିବା ଘଟଣା କିଛି ନୂଆଁ ନୁହେଁ ।ଜନ୍ତୁ ମରିବା ଘଟଣାରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି ।ଏମିତି ଜନ୍ତୁ ମାରିବା ଘଟଣାରେ ଉଭୟ ବିଦ୍ୟୁତ୍ ବିଭାଗ ଓ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ବିଦ୍ୟୁତ୍ ତାର କାଟି ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖି ଶିକାରୀ ଏଭଳି ଶିକାର କରିବା ଓ ଏହାର କୌଣସି ତଦନ୍ତ ନ ହେବା କେତେଦୂର ଠିକ୍ ତାହା ଉଭୟ ଦୂହି ବିଭାଗକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସମ୍ପର୍କରେ ଆମେ ମନମୁଣ୍ଡା ରେଞ୍ଜର ଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ ।କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆମ ବୌଦ୍ଧ ଜିଲ୍ଲାର ହୋଇଥିବାରୁ ଏହି ଭାଲୁ ମୃତ୍ୟୁ ର ତଦନ୍ତ ଠିକ୍ ଭାବେ ହୋଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS