BREAKING
Loading...
:

ପୋଲିସ୍ ରେଡ୍ ସାତଟି ଗାଡ଼ି ଜବତ

 ପୋଲିସ୍ ରେଡ୍  ସାତଟି ଗାଡ଼ି ଜବତ






ଖୋର୍ଦ୍ଧା (ମଣିଭଦ୍ରା ଖବର)ଟାଙ୍ଗୀ ଥାନାରେ  ନୂତନ ଆଇ ଆଇ ସି ଭାବେ  ଦିଗ ବିଜୟ ବିଶ୍ୱାଳ  ଯୋଗ ଦେବା ପରେ ବେଆଇନ ଖଣି ଖନନକୁ ସଂପୁର୍ନ ଭାବେ ବନ୍ଦ କରିବା ପାଇଁ ଯୋର ଦାର ଚଢାଉ କରୁଥିବାରୁ ଖଣି ଖୋଳା  ସଂପୁର୍ନ ଭାବେ  ବନ୍ଦ ରହିଛି । ଫଳରେ ମାଫିଆ ମାନଙ୍କ ମଧ୍ୟ୍ୟରେ  ଆତଙ୍କ ଖେଳି ଯାଇଛି । ତେବେ ପ୍ରଶାସନର ସମସ୍ତ କଟକଣାକୁ ବେଖାତିର   କରି ସି ପି ଆରୋରା କମ୍ପାନୀ  ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିଲା । ଖଵର ପାଇବା ପରେ ଟାଙ୍ଗୀ ଥାନା I IIC ଦିଗ୍ ବିଜୟ ବିଶ୍ଵାଳ ସଦଳ ବଳେ  ଚଣ୍ଡେଶ୍ୱରରେ ଥିବା ବେଆଇନ ମୋରମ ଖଣିରେ ଚଢାଉ କରିଥିଲେ । IIC ଖଣିରେ ଚଢାଉ କରି  ୬ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ (  ମାଟି ଖୋଳା ମେସିନ୍)  ଜବତ କରିଛାନ୍ତି । ଏହା ସହ  ୭ ଜଣ ଗାଡି ଚାଳକଙ୍କୁ ଗିରଫ କରିଛନ୍ତି ।  ଗିରଫ ଗାଡି ଚାଳକ ମାନେ ହେଲେ ଝାଡଖଣ୍ଡ ରାଜ୍ୟ  କୋଡରମା ଅଞ୍ଚଳର ବିକାଶ କୁମାର ଯାଦବ ବୟସ ୨୫ ବର୍ଷ । ରଘୁବୀର ଯାଦବ ବୟସ ୨୭ ବର୍ଷ । ନରେଶ କୁମାର ସିଂ ବୟସ ୨୩ ବର୍ଷ । ବିହାର  ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ ବୟସ ୨୮ ବର୍ଷ । ଉତ୍ତର ପ୍ରଦେଶ ସୋନଭଦ୍ରା ଅଞ୍ଚଳର ଅରବିନ୍ଦ ବୟସ  ୨୬ ବର୍ଷ । ରାମ ପତି ବୟସ  ୩୧ ବର୍ଷ  ଓ ଯାଯପୁର ସୁକିନ୍ଦା ଅଞ୍ଚଳର  ଶେଷଦେବ ନାୟକ ବୟସ ୨୮ ବର୍ଷ ବୋଲି ଜଣା ପଡିଛି । ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ  ଚାଲାଣ କରିବେ ଟାଙ୍ଗୀ ଥାନା IIC ଦିଗ୍ ବିଜୟ ବିଶ୍ଵାଳ । ଜବତ ଗାଡି ଗୁଡିକ  ୧୬ ନଂ ଜାତୀୟ ରାଜପଥ ନିର୍ମାଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ  ଠିକା କାମ କରୁଥିବା ସଂସ୍ଥା  ସି ପି ଆରୋରା ର ବୋଲି ଜଣା ପଡିଛି । ବେଆଇନ ଭାବେ ଶହ ଶହ ଟ୍ରକ  ମୁଲ୍ୟବାନ ମୋରମ ଚୋରାଇ ନେଉଥିଲା  ସି ପି ଆରୋରା କମ୍ପାନୀ । ଫଳରେ ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିଲା । ଏ ବାବଦରେ କମ୍ପାନୀର କୌଣସି  ପ୍ରତିକ୍ରିୟା ମିଳି ପାରିନାହିଁ ।


ଖୋର୍ଦ୍ଧା ଟାଙ୍ଗୀରୁ ସଂଗ୍ରାମ ରଣା ଙ୍କ ରିପୋର୍ଟ

Post a Comment

أحدث أقدم
Header ADS