ନୟାଗଡ ଏସବିଆଇ ଶାଖା ତରଫରୁ ବନପାଳ ସୁମିତ୍ରା ମିଶ୍ର ସମ୍ବର୍ଦ୍ଧିତ
ନୟାଗଡ (ମଣିଭଦ୍ରା ଖବର) ନୟାଗଡ ଏସବିଆଇ ଶାଖା ତରଫରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବ୍ୟାଙ୍କ ପରିସର ମଧ୍ୟରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଶ୍ବେତାଲିନା ସାହୁ, ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ,ବନପାଳ ସୁମିତ୍ରା ମିଶ୍ର, ଏସବିଆଇ ଶାଖାର ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ । ଦକ୍ଷତା ପ୍ରତିପାଦନ କରିଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ ବନଖଣ୍ଡ ତରଫରୁ ବନପାଳ ସୁମିତ୍ରା ମିଶ୍ରଙ୍କୁ ଉତ୍ତମ ବନପାଳ ରୂପେ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଚୟନ କରିବା ସହିତ ତାଙ୍କୁ ବ୍ୟାଙ୍କ ମ୍ୟାନେଜର ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀମତୀ ମିଶ୍ର ନୟାଗଡ଼ରେ ଯୋଗ ଦେବା ଦିନଠାରୁ ଖେଡପଡା ବନପାଳ ହିସାବରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ଜଙ୍ଗଲ ସୁରକ୍ଷା,ଉତ୍ତମ ଜନ ସମ୍ପର୍କ ରଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق