BREAKING
Loading...
:

ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା କଣ୍ଟାମାଳ ପୋଲିସ

 ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା କଣ୍ଟାମାଳ ପୋଲିସ l

 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ଵାରା  ଜଣେ ଧରା ପଡ଼ିଛି ଗଞ୍ଜେଇ ମାଫିଆ।ଗତକାଲି କଣ୍ଟାମାଳ ପୋଲିସ ଆମ୍ବଗାଁ ର ସିଦ୍ଧେଶ୍ୱର ରଣା( 26)ଙ୍କ ଘର ଉପରେ ଚଢ଼ାଉ କରି ଦୁଇଟି ଜରୀ ବସ୍ତାରେ ଭର୍ତ୍ତି ହୋଇଥିବା 64 କେଜି 360 ଗ୍ରାମ ଗଞ୍ଜେଇକୁ ଜବତ କରିଥିଲା।ଏହାକୁ ଅନ୍ୟତ୍ର ଚାଲାଣ ପାଇଁ ରଖାଯାଇଥିବା ସୂଚନା ମିଳିଛି।ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏ ସମ୍ପର୍କରେ ଆଜି କଣ୍ଟାମାଳ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।ଆଜି ସିଦ୍ଧେଶ୍ୱର କୁ କୋର୍ଟ ଚାଲାଣ କରାଯିବ ବୋଲି କଣ୍ଟାମାଳ ଥାନା ଅଧିକାରୀ ତଥା ଡି ଏସ ପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS