BREAKING
Loading...
:

ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ




ଗଣିଆ ୩୦/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଅତିରିକ୍ତ ତହସିଲଦାର ବନମାଳୀ ପରିଡା, ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣାଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଚଳିତ ବର୍ଷ ମଧ୍ୟ କଟକଣା ଭିତରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ସରକାରଙ୍କ ତରଫରୁ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଗୋଟିଏ ସ୍ଥାନରେ ମାତ୍ର ୫୦ ଜଣ ଏକାଠି ହେବା ପାଇଁ ଅନୁମତି ଦିଆଯାଇଥିବା ଅତିରିକ୍ତ ତହସିଲଦାର ପ୍ରକାଶ କରିଥିଲେ । ଭୋର ୫ ଘଟିକା ସମୟରେ ରାମଧୁନ ଗାନ କରାଯିବା ସହିତ ଶିକ୍ଷାନୁଷ୍ଠାନ ଗୁଡିକରେ ୭ ଘଟିକା, ଗାନ୍ଧୀ ପୀଠରେ ୭.୩୦ ମିନିଟ ଏବଂ ଜେନେରାଲ ପତାକା ଉତ୍ତୋଳନ ୮.୧୫ ମି ସମୟରେ ହେବା ପାଇଁ ସ୍ଥିର କରାଯାଇଥିଲା । ବ୍ଳକ ଅଧ୍ୟକ୍ଷା ଝୁନା ଜେନା ପତାକା ଉତ୍ତୋଳନ କରିବା ପାଇଁ ସ୍ଥିର କରାଯାଇଥିଲା । ମ୍ୟାଟ୍ରିକ ଟପ୍ପର, ଯୁକ୍ତ ଦୁଇ ବିଜ୍ଞାନ ଏବଂ କଳା ଟପ୍ପରଙ୍କୁ ପୂରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଯଥା ଗହଳି ନକରି କେବଳ ୫୦ ଜଣଙ୍କୁ ନେଇ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା ।  



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS