ପାରାଢିପି ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୟାଗଡ ଭୂମିକା ଚକ୍ଷୁ ଚିକିତ୍ସାଳୟ, ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ।ଯୁବ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଭୂମିକା ଚିକିତ୍ସାଳୟ ର ଟେକ୍ନିକାଲ ଆସିଷ୍ଟାଣ୍ଡ ପଦ୍ମିନୀ ପତି, ପାରା ମେଡିକ କର୍ମଚାରୀ ଧରିତ୍ରୀ ପ୍ରଧାନ,ବନ୍ଦିତା ଦଳାଇ, ବର୍ଷାରାଣୀ ସାହୁ ଲୋକ ମାନଙ୍କ ଚକ୍ଷୁ ଚିକିତ୍ସା କରିଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment