BREAKING
Loading...
:

ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ

 ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ




ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ  ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର l ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠ କୁ ଗାଧେଇବାକୁ ଯାଇଥିଲେ। ହଠାତ ନଦୀରେ ପାଣିର ମାତ୍ରା ବଢ଼ି ଯାଇଥିଲା। ସେ ପାଣି ରୁ ବାହାରି ନ ପାରି ନଦୀ ରେ ଭାସିଯାଇଥିଲେ l 




ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ସନ୍ଧାନ ମିଳିନଥିଲା l ରବିବାର ସକାଳେ ଗାଧୁଆ ଘାଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ରାହୁଲ ନଦୀ ର କୁନ୍ଦଲି ଦର ନାମକ ଘାଟ ରେ ତାଙ୍କ ମୃତଦେହ ଅଟକି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଗ୍ରାମବାସୀ ମୃତଦେହକୁ ଚି଼ହ୍ନଟ କରି ତୁମୁଡିବନ୍ଧ ପୋଲିସକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

Previous Post Next Post
Header ADS