BREAKING
Loading...
:

୨ଦିନ ରାସ୍ତାରେ ପଡିଲେ ଅସହାୟା ମହିଳା

 ୨ଦିନ ରାସ୍ତାରେ ପଡିଲେ ଅସହାୟା ମହିଳା 


ଦଶପଲ୍ଲା (ମଣିଭଦ୍ରା ଖବର)

ଚଳତ୍ ଶକ୍ତି ବିହିନ ଜଣେ ଅସହାୟା ମହିଳା ଶୁକ୍ରବାର ଠାରୁ ଦଶପଲ୍ଲା ଡାକ୍ତର ଖାନା ଛକ ରାସ୍ତା କଡରେ ପଡି ରହିଥିଲେ ବି ତାଙ୍କ ଉପରେ କାହାରି ନଜର   ପଡିନଥିଲା । ଏପରିକି ସେଇ ରାସ୍ତାରେ ଯିବା ଆସିବା କରୁଥିବା ଶହଶହ ଲୋକଙ୍କ ଦୃଷ୍ଟିରେ ପଡୁ ନଥିଲା କେମିତି  ବୋଲି ପ୍ରଶ୍ନ ଉଠୁଚି । ତେବେ ୟାର ସରଳ ଉତ୍ତର ହେଲା ଏବେର ମଣିଷ ଏତେ ସ୍ବାର୍ଥାନ୍ଧ ହେଇ ପଡିଲାଣି ଯେ ପଡିଶା ଘରର ଖବର ରଖିବା ସମ୍ଭବ ହେଉନି। ତେବେ ସେ ଅସହାୟା ମହିଳାଟି ଆଜି ଦଶପଲାର ସୀତାରାମ ୟୁଥ୍ କ୍ଲବ ସଦସ୍ୟ ମାନଙ୍କ ଦୃଷ୍ଟିରେ ପଡିବା  ମାତ୍ରେ ସଭାପତି ସୁଜିତ୍ କୁମାର ପ୍ରଧାନ,ସଂପାଦକ ମନୋରଞ୍ଜନ ସାହୁ ଏବଂସାଥୀ ମାନେ ମିଶି ତାଙ୍କୁ ସେଠାରୁ ବୋହିଆଣି ଡାକ୍ତର ଖାନାରେ ପହଞ୍ଚାଇଛନ୍ତି  । ଜରୁରୀ ଭିତ୍ତିରେ ତାଙ୍କର ଚିକିତ୍ସା କରା ଯାଉଛି । ଶେଷ ଖବର ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା  ଉଦ୍ ବେଗ ଜନକ ରହିଛ। ସେ କିଛି ଖାଦ୍ୟ ଖାଇ ପାରୁନାହାନ୍ତି । 




ନିଜ ଠିକଣା ମଧ୍ୟ କହିପାରୁ ନାହାନ୍ତି ।କେବଳ ଅସ୍ପଷ୍ଟ ଭାବେ ଉମରକୋଟ ବୋଲି କହିଛନ୍ତି । ପ୍ରଶ୍ନ ଉଠେ ଉମରକୋଟରୁ ମହିଳା ଜଣକ ଏଭଳି ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଆସିଲେ କେମିତି ଆଉ ଆଣିଲା କିଏ ଓ କାହିଁକି  ? ପୋଲିସ୍ ଏବାବଦରେ ତଦନ୍ତ କରିବା ଆବଶ୍ୟକ । ତେବେ ସୀତାରାମ ୟୁଥ୍ କ୍ଲବର ସଭ୍ୟ ମାନଙ୍କୁ ଏହି ସେବା କାର୍ଯ୍ୟ ପାଇଁ  ସାଧାରଣରେ ପ୍ରଶଂସା କରାଯାଇଛି । 


ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ, ଦଶପଲ୍ଲା

Post a Comment

أحدث أقدم
Header ADS