+2 ବିଜ୍ଞାନ ପରୀକ୍ଷାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ ସିଦ୍ଧାନ୍ତ ଟପ୍ପର
ଖଣ୍ଡପଡ଼ା (ମଣିଭଦ୍ରା ଖବର) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି l ପ୍ରକାଶିତ ଫଳାଫଳ ଅନୁଯାୟୀ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ସ୍ତରରେ ସିଦ୍ଧାନ୍ତ ଦାସ 562 ନମ୍ବର ରଖି ପ୍ରଥମ ସ୍ଥାନ ଲାଭ କରିଥିବାବେଳେ ଖଣ୍ଡପଡା ସହରର ଛାତ୍ର ଆଶୁତୋଷ ସିଂ ସାମନ୍ତ 553 ନମ୍ବର ରଖି ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି l ଉଭୟ ଛାତ୍ର ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଅଟନ୍ତି l କଠିନ ପରିଶ୍ରମ, ଦୃଢ ଆତ୍ମବିଶ୍ଵାସ, ଶିକ୍ଷକଙ୍କ ପ୍ରେରଣା ତଥା ପିତା ମାତାଙ୍କ ଆଶୀର୍ବାଦ ଯୋଗୁଁ ସଫଳତାର ଶୀର୍ଷରେ ପହଂଚି ପାରିଥିବା କଥା ଏକ ସାକ୍ଷାତକାରରେ ଉଭୟ ଛାତ୍ର ପ୍ରକାଶ କରିଛନ୍ତି ।
ରିପୋର୍ଟ ସଂଗ୍ରାମ କେଶରୀ ଦେଓ, ଖଣ୍ଡପଡ଼ା
إرسال تعليق