ବୌଦ୍ଧରେ ଗୋ -ସୁରକ୍ଷା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ବୌଦ୍ଧଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ବନ୍ୟା ଆଶ୍ରୟ ସ୍ଥଳୀରେ ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦଜ କମ୍ପାନୀ ଓ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ,ଗ୍ରାମ୍ୟ ବିକାଶ ପରିଷଦ, ଆମଠାପଡା ଆୟୋଜନରେ ଓ ଓଡିଶା ଗୋସେବା ସମିତି, ପୁରୀ ଓ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନ, ଓଡିଶା ମାର୍ଗଦର୍ଶନରେ ଗୋ-ସୁରକ୍ଷା ଓ ଗୋ ଆଧାରୀତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ମାହେଶ୍ୱରୀ ଗୋଶାଳା ଓ ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଉ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ ଯୋଗଦେଇ ଗୋ ସୁରକ୍ଷା ଓ ଗୋ ଆଧାରିତ ଜୀବିକା ଉପରେ ଆଲୋକପାତ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନରଞ୍ଜନ ପଣ୍ଡା ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦଜ ଶଶାଙ୍କ ଶେଖର ମିଶ୍ର, କବିରାଜ ହୃଷିକେଷ ଖେତୀ ଯୋଗଦାନ କରିଥିଲେ l ମୁଖ୍ୟ ପ୍ରଶିକ୍ଷିକା ଭାବେ ସୁନ୍ଦରଗଡ଼ ଭୂମିଶ୍ରୀ କୃଷଜ ଉତ୍ପାଦକ କମ୍ପାନୀର ନିର୍ଦ୍ଧେସିକା ତଥା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚଗବ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ତାଲିମ ପ୍ରଦାନ କରିଥିଲେ l ବୌଦ୍ଧ ସହରରେ ପ୍ରତ୍ୟେକ ପରିବାରରୁ ଜଣେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଶ୍ରୀମତୀ ପଟେଲ ପ୍ରତିଶୃତି ଦେଇଥିଲେ l ମହିଳା ମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଦେଶ ଓ ଦେଶ ବାହାରେ ବିକ୍ରିବାଟା ପାଇଁ କମ୍ପାନୀ ମାନଙ୍କ ସହିତ ସହବନ୍ଧିତ ଥିବାର ସୂଚନା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼, ସଦସ୍ୟ ପପୁନ ଗାଈଗୋରିଆ, ନନ୍ଦନ ଚୌଧୁରୀ ଓ ଏନ ଏ ସି କର୍ମଚାରୀ ମାନେ ସହଯୋଗ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق