BREAKING
Loading...
:

ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା କିଶୋରୀ ମାନଙ୍କୁ ସ୍କୁଲ ରେ ପୁନଃ ନାମଲେଖାଇବl ନିମନ୍ତେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ -

 ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା କିଶୋରୀ ମାନଙ୍କୁ ସ୍କୁଲ ରେ ପୁନଃ ନାମଲେଖାଇବl ନିମନ୍ତେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ -



ଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲ ର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହେବାକୁ ଜିଲ୍ଲପାଳ ଙ୍କ ପରାମର୍ଶ -l 

ସୁବର୍ଣ୍ଣପୁର,,, (ମଣିଭଦ୍ରା ଖବର)

ଆଜି ଅପରାହ୍ନ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ବାହାରେ ଥିବା ଜିଲ୍ଲାର ସମସ୍ତ କିଶୋରୀ /ଝିଅ ଙ୍କୁ ପୁନର୍ବାର ସ୍କୁଲ କୁ ଫେରାଇ ଆଣି ଶିକ୍ଷା ପ୍ରଦାନ କରାଯିବା ଉପରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାର କୌଣସି ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲ ର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହୋଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି l ଏପରିକି ଯଦି କୌଣସି ଝିଅ ନିର୍ଦ୍ଧିଷ୍ଟ ବୟସ ପୂର୍ବରୁ ବାହାହେଇ କିମ୍ବା ଅନ୍ୟ କୌଣସି କାରଣରୁ ପାଠ ଛାଡିଛନ୍ତି ଅଥବା ଗାଁ ର ବାହାରକୁ ଚାଲିଯାଇଛନ୍ତି ତାଙ୍କର ସମସ୍ତ ତଥ୍ୟ ଖୋଜି କି ବାହାର କରି ସେମାନଙ୍କୁ ପୁନଃ ସ୍କୁଲରେ ପଢିବା ନିମନ୍ତେ ଉତ୍ସାହିତ କରିବା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି l ଏହି କାର୍ଯ୍ୟକୁ ଅଧିକ ସକ୍ରିୟ ଓ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ

ବି ଇ ଓ 2020-21,2021-22 ରେ ବିଦ୍ୟାଳୟ ଆସୁନଥିବା 15 ରୁ 18 ବର୍ଷ ର ଝିଅଙ୍କ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବେ l ଯଦି କୌଣସି ବିଦ୍ୟାଳୟ ବାହାରେ ଥିବା କିଶୋରୀ ର ବାହାଘର ହୁଏ କିମ୍ବା କିଶୋରୀ ମାତୃତ୍ୱ ହୁଏ ତେବେ ସମ୍ପୃକ୍ତ ଅଂଚଳରେ ଥିବା ସ୍କୁଲ ର ପ୍ରଧାନ ଶିକ୍ଷକ, ସି ଆର ସି ସି, ସି ଡି ପି ଓ ସୁପରଭାଇଜର ସେମାନଙ୍କ ଘରକୁ ଯାଇ ପରାମର୍ଶ କରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ପ୍ରଯତ୍ନ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ବି ଇ ଓ ସୋନପୁର ଙ୍କ ଆନ୍ତରିକଉଦ୍ୟମ ହେତୁ ସୋନପୁର ବାଳିକା ବିଦ୍ୟାଳୟର ବବିତା ମୁଣ୍ଡା, ମମତା ପ୍ରଧାନ ଏବଂ ଉଲୁଣ୍ଡା ବ୍ଲକ ର ଭଗବତୀ ଘିବେଲା ସେମାନେ ବାହାଘର ପରେ ମଧ୍ୟ ପୁନର୍ବାର ବିଦ୍ୟାଳୟରେ ପାଠପଢା ଜାରି ରଖିଛନ୍ତି ଯାହା ପ୍ରଶଂସନୀୟ ବୋଲି ଜିଲ୍ଲପାଳ କହିଛନ୍ତି, ସେହିପରି ଅନ୍ୟ ବି ଇ ଓ ମାନେ ମଧ୍ୟ ନିଜ ସମୃକ୍ତ ଅଞ୍ଚଳରେ ଅନୁରୂପ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନଏଡ଼ ରାକେଶ ପ୍ରଧାନ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ l ପରେ ପରେ ଜିଲ୍ଲାରେ 5T ରେ ଅନ୍ତର୍ଭୁକ୍ତ ହୋଇ ଥିବା ହାଇସ୍କୁଲ ର ବିଭିନ୍ନ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଜିଲ୍ଲାପାଳ l ସେ ଉପସ୍ଥିତ 5T ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଆଇସିଟି ଲ୍ୟାବ, ସ୍ମାର୍ଟ କ୍ଲାସ ଓ ସାଇନ୍ସ ଲ୍ୟାବ ର ସମ୍ପୂର୍ଣ୍ଣ ଉପଯୋଗ ଉପରେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ  ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ,5T ନୋଡାଲ ଅଧିକାରୀ  ଅଭିଳାଷ ପୁରୋହିତ,ଡି ଏସ ଡବ୍ଲୁ ଓ ଗୌର ମଣି ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସମସ୍ତ ସି ଆର ସି ସି, ସମସ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS